ଭୁବନେଶ୍ବର : ଆଜିଠାରୁ ୨ଦିନିଆ ବିଧାୟକଙ୍କ ଓରିଏଣ୍ଟେସନ । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ନୂଆ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବା ଏଥିରେ ବିଜେଡି ଓ କଂଗ୍ରେସ ବିଧାୟକ ମାନେ ସାମିଲ ହେବେ ନାହିଁ । ବିଧାୟକଙ୍କ ପ୍ରଶିକ୍ଷଣ ଶିବିର ପାଇଁ ଆୟୋଜନ ହୋଇଥିବା ବ୍ୟବସ୍ଥା ଯୋଗୁ ବିଧାନସଭା ଓ ମୁଖ୍ୟମନ୍ତ୍ରୀଙ୍କ ପଦର ଗାରିମା ନଷ୍ଟ ହେଉଛି। ସେପାଇଁ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରରୁ ବିଜେଡି ଦୁରେଇ ରହିବ ବୋଲି ବାଚସ୍ପତିଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଲେଖୁଥିବା ଚିଠିରେ କହିଛନ୍ତି । ବିଧାନସଭା ରାଜ୍ୟବାସୀଙ୍କ ପ୍ରତିନିଧ୍ବକୁ ପ୍ରଦର୍ଶନ କରୁଥିବା ବେଳେ ଏହାର ଗାରିମା ରକ୍ଷା କରିବା ଆରମ କର୍ତ୍ତବ୍ୟ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଉଲ୍ଲେଖ କରିଛନ୍ତି । ବିଧାନସଭାରୁ ନିର୍ବାଚିତ ପ୍ରତିନିଧିଙ୍କୁ ଦିଗଦର୍ଶନ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ବିଧାନସଭା ଗରିମାର ବିରୋଧୀ ବୋଲି ସେ ଦର୍ଶାଇଛନ୍ତି।










