ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଇଣ୍ଡିଗୋ ଏୟାରଲାଇନ୍ସର ୨ ଜଣ ପାଇଲଟଙ୍କ ଲାଇସେନ୍ସକୁ ବାତିଲ କରାଯାଇଛି । ଗତ ଜୁନ୍ରେ ଅହମ୍ମଦାବାଦ ଏୟାରପୋର୍ଟରେ ବିମାନକୁ ଅବତରଣ କରାଉଥିବାବେଳେ ଏହି ଦୁଇ ପାଇଲଟ୍ ଏସ୍ଓପି (ଷ୍ଟାଣ୍ଡାର୍ଡ ଅପରେରସନ ପ୍ରୋସିଜ୍ୟୁୟର) ଅନୁସରଣ କରିନଥିବା ଅଭିଯୋଗ ହୋଇଛି ।
ମୁଖ୍ୟ ପାଇଲଟ୍ (କମାଣ୍ଡର)ଙ୍କ ଲାଇସେନ୍ସକୁ ୩ ମାସ ପାଇଁ ଏବଂ ସହକାରୀ ପାଇଲଟ୍ଙ୍କ ଲାଇସେନ୍ସ ୧ ମାସ ପାଇଁ ବାତିଲ କରାଯାଇଛି । ସୂଚନାଯୋଗ୍ୟ ଜୁନ୍ ୧୫ରେ ବେଙ୍ଗାଲୁରରୁ ଆସୁଥିବା ଏହି ବିମାନକୁ ଅହମ୍ମଦାବାଦ ଏୟାରପୋର୍ଟରେ ଅବତରଣ କରାଉଥିବାବେଳେ ପାଇଲଟ୍ଙ୍କ ଅସାବଧାନତା ହେତୁ ବିମାନର ପଛପଟ ରନ୍ୱେରେ ପିଟିହୋଇଯାଇଥିଲା । ତଦନ୍ତ ଜାରି ରହିଥିବାବେଳେ ଦୁଇ ପାଇଲଟଙ୍କୁ ନିଲମ୍ବିତ କରାଯାଇଛି ।