18.1 C
Bhubaneswar
Saturday, November 23, 2024
Homeଅପରାଧଭଉଣୀର ଗଳା ଚିପି କେନାଲରେ ଫିଙ୍ଗିଦେଲେ ୨ ଭାଇ

ଭଉଣୀର ଗଳା ଚିପି କେନାଲରେ ଫିଙ୍ଗିଦେଲେ ୨ ଭାଇ

ନୂଆଦିଲ୍ଲୀ: ଅନ୍ୟ ଧର୍ମର ପୁଅକୁ ପ୍ରେମ କରିବାରୁ ଭଉଣୀକୁ ଗଳା କାଟି କେନାଲରେ ଫିଙ୍ଗିଦେଲେ ୨ ଭାଇ । ଏନ୍‌ଡିଆର୍‌ଏଫ୍ ର ଟିମ୍ ଓ ସ୍ଥାନୀୟ ଲୋକମାନେ କେନାଲ୍‌ରେ ଖୋଜାଖୋଜି ଏବେବି ଜାରି ରହିଛି । ପୋଲିସର ତଦନ୍ତ ଚାଲୁଥିବା ବେଳେ ଘଟଣା ଲୋକଲୋଚନକୁ ଆସିଲା । ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ବେଳେ ପୋଲିସ ପାଟ୍ରୋଲ୍ ଟିମ୍ ମୁରାଦନଗରରେ ଦୁଇଜଣ ଲୋକଙ୍କୁ ଦେଖି କୁଆଡୁ ଆସିଲ ବୋଲି ପଚାରିଲେ । ତାଙ୍କର ଉତ୍ତର ସନ୍ଦେହଜନକ ମନେ ହେବାରୁ ପୁଲିସ କର୍ମଚାରୀମାନେ ସେମାନଙ୍କୁ ଜେରା କଲେ । ସେତେବେଳେ ଜଣାପଡ଼ିଲା ଯେ, ଜଣେ ହେଉଛନ୍ତି ସୁଫିୟାନ୍ ଓ ଆରଜଣକ ତାଙ୍କର ସମ୍ପର୍କୀୟ ଭାଇ ମହତାବ ।

ଗାମୁଛାରେ ଭଉଣୀର ଗଳାକୁ ଭିଡ଼ି ମାରି ହତ୍ୟା କରିବା ପରେ ତା’ର ଶବକୁ ଗାଙ୍ଗନହର କେନାଲ୍‌ରେ ଫିଙ୍ଗି ଦେଇଥିବା କଥା ସେମାନେ ସ୍ୱୀକାର କଲେ । ତୁରନ୍ତ ପୋଲିସ ଘଟଣାସ୍ଥଳରେ ଖୋଜାଖୋଜି ଆରମ୍ଭ କରିଥିଲା । ସେପଟେ ହାଜତରେ ଥିବା ଦୁଇ ଭାଇ ପୋଲିସକୁ କହିଛନ୍ତି ଯେ, ସେମାନଙ୍କ ଭଉଣୀ ଶିବା ଦିଲ୍ଲୀରେ ଥିବା ଆତ୍ମୀୟଙ୍କ ସହିତ ରହୁଥିଲା । ମୁଫିୟାନ୍‌ଙ୍କ ଘର ଉତ୍ତରାଖଣ୍ଡର ରୂର୍କିରେ ଏବଂ ତାଙ୍କ ମାମୁପୁଅ ଭାଇ ମହତାବଙ୍କ ଘର ମୁଜାଫରନଗରରେ । ଭଉଣୀ ଅନ୍ୟ ଧର୍ମର ଜଣେ ପୁଅକୁ ପ୍ରେମ କରୁଥିବା ଜାଣି ସେମାନେ ବିରୋଧ କରିଥିଲେ । ଶେଷରେ ଭଉଣୀ ଶିବାକୁ ହତ୍ୟା କରି କେନାଲ୍‌ରେ ଫିଙ୍ଗି ଦେଇଥିଲେ । କେନାଲ୍‌ରୁ ଶିବାର ପୋଷାକ, ଚପଲ ଓ ହତ୍ୟାକାଣ୍ଡରେ ବ୍ୟବହୃତ ଗାମୁଛା ଉଦ୍ଧାର କରାଯାଇଥିଲେ ବି ଏପର୍ଯ୍ୟନ୍ତ ତାଙ୍କ ଶବ ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking