ଜୌନ୍ପୁର: ଉତ୍ତର ପ୍ରଦେଶ (ୟୁପି)ର ଜୌନ୍ପୁର ଜିଲ୍ଲାରେ ମଙ୍ଗଳବାର ରାତିରେ ଯୁକ୍ତିତର୍କକୁ କେନ୍ଦ୍ରକରି କେତେକ ଲୋକ ଦୁଇ ଭାଇଙ୍କୁ ଛୁରିଭୁସି ହତ୍ୟା କରିଛନ୍ତି । ପୁଲିସ ଏହି ମାମଲାରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗୋଟିଏ ବରଯାତ୍ରୀ ପ୍ରୋସେସନ୍ରେ ସାମିଲ ହୋଇଥିବାବେଳେ ଅଭିଯୁକ୍ତମାନେ ରାସ୍ତାକଡରେ ଥିବା ଏକ ଦୋକାନକୁ ଯାଇ ମଦ୍ୟପାନ ଉଦ୍ୟମ କରିଥିଲେ ।
ତେବେ ଦୋକାନ କରିଥିବା ଦୁଇଭାଇ ଏହାକୁ ବିରୋଧ କରିବା ଯୋଗୁଁ ଅଭିଯୁକ୍ତମାନେ ଛୁରିଭୁସି ସେମାନଙ୍କୁ ହତ୍ୟା କରିଥିବା ପୁଲିସ ପକ୍ଷରୁ କୁହାଯାଇଛି ।