26.1 C
Bhubaneswar
Monday, November 25, 2024
Homeଓଡିଶାପବନ ବୁଡାଇଲା ୨ ଡଙ୍ଗା: ୨ ନିଖୋଜ

ପବନ ବୁଡାଇଲା ୨ ଡଙ୍ଗା: ୨ ନିଖୋଜ

ମାଲକାନାଗିରି: ଡ୍ୟାମ ମାଝିରେ ମାଛ ଧରୁଥିଲେ। ହଠାତ୍‌ ବହିଥିଲା ପ୍ରବଳ ବେଗରେ ପବନ। ଆଉ ସେହି ପବନରେ ମାଛ ଧରୁଥିବା ବେଳେ ବୁଡ଼ିଯାଇଥିଲା ଡଙ୍ଗା। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା ମାଲକାନଗିରି ଜିଲ୍ଲା ସତୀଗୁଡ଼ା ଡ୍ୟାମରେ ଘଟିଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିନାହିଁ।ଏମ୍‌ଭି-୧୧୧ ଗାଁର ଗୋବିନ୍ଦ ସର୍ଦ୍ଦାର ଓ ଭିମାରାଗି ଗ୍ରାମର ତୁଳସୀ ମାଢ଼ି ଆଜି ଅପରାହ୍ନରେ ଦୁଇଟି ଡଙ୍ଗାରେ ମାଛ ଧରିବା ପାଇଁ ସତୀଗୁଡ଼ା ଡ୍ୟାମ୍‌କୁ ଯାଇଥିଲେ। ମାଛ ଧରୁଥିବା ବେଳେ ହଠାତ୍‌ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। କିଛି ଭାବିବା ଆଗରୁ ପ୍ରବଳ ବେଗରେ ପବନ ବହିବା ସହିତ ବଜ୍ରପାତ ଓ ଘଡ଼ଘଡ଼ି ମାରିଥିଲା। ଆଉ ସେହି ପବନରେ ଡଙ୍ଗା ଦୁଇଟି ଡ୍ୟାମ୍‌ର ଓଲଟି ପଡ଼ିଥିଲା। ବର୍ତ୍ତମାନ ସେମାନଙ୍କ ପତ୍ତା ମିଳୁନାହିଁ।

ନଖ ହଳଦିଆ ପଡ଼ିବାର କାରଣ କଣ ? ଆସନ୍ତୁ ଜାଣିବା….

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking