18.1 C
Bhubaneswar
Saturday, November 23, 2024
Homeଓଡିଶାତୈଳ ଟ୍ୟାଙ୍କରରେ ନିଆଁ ଲଗାଇବା ଉଦ୍ୟମ, ୨ ଗିରଫ 

ତୈଳ ଟ୍ୟାଙ୍କରରେ ନିଆଁ ଲଗାଇବା ଉଦ୍ୟମ, ୨ ଗିରଫ 

ସମ୍ବଲପୁର :  ସମ୍ବଲପୁର ସହରର ମୁଦିପଡା ଛକ ଅଞ୍ଚଳରେ ସୋମବାର ଏକ ବଡଧରଣର ଦୁର୍ଘଟଣାରୁ ବର୍ତି ଯାଇଛି । ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ମୁଦିପଡା ଛକସ୍ଥିତ ବାଙ୍କା ପେଟ୍ରୋଲ ପମ୍ପରେ ଏକ ତୈଳ ଟ୍ୟାଙ୍କର ତେଲ ଅନଲୋଡ କରୁଥିବା ବେଳେ ୨ ଜଣ ଯୁବକ ସେଠାରେ ପହଞ୍ôଚ  ଟ୍ୟାଙ୍କର ଡ୍ରାଇଭର ଓ ପମ୍ପ ମ୍ୟାନେଜରଙ୍କ ଠାରୁ ୫ ହଜାର ଟଙ୍କା ବଟି ଅସୁଲିରେ ବିଫଳ ହେବାପରେ ଟ୍ୟାଙ୍କରରେ ନିଆଁ ଲଗାଇବା ଉଦ୍ୟମ କରି ଧରା ପଡିଛନ୍ତି । ସ୍ଥାନୀୟ ଲୋକେ ଯୁବକ ଦ୍ୱୟଙ୍କୁ କାବୁ କରି ପୁଲିସକୁ ଦେଇଥିବା ବେଳେ ପମ୍ପମାଲିକ ପ୍ରମୋଦ ବାଙ୍କାଙ୍କ ଏତଲାକ୍ରମେ ଟାଉନ ଥାନା ମାମଲା ରୁଜ୍ଜୁ ପୂର୍ବକ ସେମାନଙ୍କୁ ଗିରଫ କରିଛି । ଗିରଫ ଯୁବକ ଦ୍ୱୟ ହେଲେ ନିକଟସ୍ଥ ଠେଲକୋପଡାର ରୋନିତ ବେହେରା(୩୦) ଓ ରାଜୁ ସିନ୍ଧ୍ରିଆ(୨୬) । ଟାଉନ ଥାନାରେ ପୂର୍ବରୁ ରୋନିତଙ୍କ ନାମରେ ୫ ଟି ଏବଂ ରାଜୁ ନାମରେ ୨ଟି ଅପରାଧିକ ମାମଲା ରହିଥବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରେ ଉଭୟଙ୍କ ଅପରାଧିକ ରେକର୍ଡ ଯାଞ୍ଚ ଚାଲିଥିବା ଏସ୍‌ପି ବାତୁଲା ଗଙ୍ଗାଧର କହିଛନ୍ତି । ଏଣେ ଏକ ବଡଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଥିବାରୁ ମୁଦିପଡା ଛକ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking