18.1 C
Bhubaneswar
Saturday, November 23, 2024
Homeଅପରାଧବନ୍ଧୁକ ଦେଖାଇ ୨.୭୭ଲକ୍ଷ ଲୁଟ୍‌

ବନ୍ଧୁକ ଦେଖାଇ ୨.୭୭ଲକ୍ଷ ଲୁଟ୍‌

ବାଲେଶ୍ୱର : ଆଜି ମଧ୍ୟାହ୍ନରେ ସୋର-ମଙ୍ଗଳପୁର ରାସ୍ତା ଦହିପୁର ଛକରେ ୩ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବନ୍ଧୁକ ଦେଖାଇ ଜଣେ ନିର୍ମାଣ କମ୍ପାନୀ କ୍ୟାସିଅରଙ୍କଠାରୁ ଲୁଟି ନେଇଛନ୍ତି ୨ଲକ୍ଷ ୭୭ହଜାର ଟଙ୍କା । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରକାଶଥାଉ କି କେନାଲ ଖୋଳା କାମରେ ନିୟୋଜିତ ଥିବା ଆର୍‌କେଡି କମ୍ପାନୀର କ୍ୟାସିଅର ଆଶିଷ ସ୍ୱାଇଁ ସୋର ଏସ୍‌ବିଆଇ ଶାଖାରୁ ଶ୍ରମିକଙ୍କ ପାଉଣା ଦେବାକୁ ୨ଲକ୍ଷ ୭୭ହଜାର ଟଙ୍କା ଉଠାଇ ବାଇକ୍‌ରେ ଫେରୁଥିବା ବେଳେ ଏହି ଛକରେ ତାଙ୍କୁ ଏକ ପଲ୍‌ସର ବାଇକ୍‌ରେ ପିଛା କରୁଥିବା ୩ଜଣ ଲୁଟେରା ଅଟକାଇ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଓ ଭଜାଲି ଦେଖାଇ ଭୟଭୀତ କରିବା ସହ ଟଙ୍କା ଲୁଟିନେଇ ଦ୍ରୁତଗତିରେ ସୋର ଆଡକୁ ଚାଲିଯାଇଥିଲେ । ଏ ନେଇ ଶ୍ରୀ ସ୍ୱାଇଁ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking