26.1 C
Bhubaneswar
Thursday, September 19, 2024
Homeଓଡିଶା୨.୬୫ ଲକ୍ଷ କୋଟିର ବ୍ୟୟମଞ୍ଜୁରୀ ବିଲ୍ ଆଗତ ଆଜି

୨.୬୫ ଲକ୍ଷ କୋଟିର ବ୍ୟୟମଞ୍ଜୁରୀ ବିଲ୍ ଆଗତ ଆଜି

ଭୁବନେଶ୍ୱର: ଗତ ଅଗଷ୍ଟ ୨୫ରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷର ୨.୬୫ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ବିଧାନସଭାରେ ଆଗତ କରିଥିଲେ। ଉକ୍ତ ବଜେଟର ବ୍ୟୟମଞ୍ଜୁରୀ ବିଲ୍ ମଙ୍ଗଳବାର ଗୃହରେ ଆଗତ ହୋଇ ପାରିତ ହେବ। ଏନେଇ ପୂର୍ବରୁ ଦିନ ଧାର୍ଯ୍ୟ ହୋଇସାରିଛି।
ଉଲ୍ଲେଖନୀୟ ଯେ, ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ପରେ ଅଗଷ୍ଟ ୨୯ ଓ ୩୦ରେ ସାଧାରଣ ଆଲୋଚନା ହୋଇଥିଲା। ଏହା ଉପରେ ଉଭୟ ଶାସକ ଓ ବିରୋଧୀ ସଭ୍ୟ ଆଲୋଚନା କରିଥିଲେ। ଏବେ ୨୦୨୪-୨୫ର ପୂର୍ଣ୍ଣାଙ୍ଗ ବ୍ୟୟ ମଞ୍ଜୁରୀ ବିଧେୟକ ଗୃହରେ ଅନୁମୋଦନ ପାଇଁ ମଙ୍ଗଳବାର ଉପସ୍ଥାପନ କରାଯିବ। ତେବେ ଗତ ୩୧ରେ ପୂର୍ଣ୍ଣାଙ୍ଗ ବଜେଟ୍‌ରୁ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସରକାରଙ୍କ ଆବଶ୍ୟକୀୟ ଖର୍ଚ୍ଚ ଭରଣା ପାଇଁ ୯୫ ହଜାର କୋଟି ଟଙ୍କାର ଏକ ଲେଖାନୁଦାନ ବିନିଯୋଗ ବିଧେୟକ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ। ଉକ୍ତ ବିଧେୟକକୁ ବାଚସ୍ପତି ସୁରମା ପାଢ଼ୀ ବାଚନିକ ଭୋଟ୍‌ରେ ପାରିତ କରିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ କହିଥିଲେ, ବଜେଟ୍ ‘ବିକଶିତ ଓଡ଼ିଶା’ ଗଠନ ଦିଗରେ ଆମର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଓ ଆମ ସଂକଳ୍ପପତ୍ରରେ ଥିବା ପ୍ରତିଶ୍ରୁତିଗୁଡ଼ିକର ସଫଳ ରୂପାୟନ ପାଇଁ ଏହି ବଜେଟ୍ ଏକ ନିଷ୍ଠାପର ଉଦ୍ୟମ । ଏହି ବଜେଟ୍‌ରେ ଜନ କଲ୍ୟାଣ ଏବଂ ରାଜ୍ୟର ସାମଗ୍ରିକ ବିକାଶ ନିମନ୍ତେ ଅନେକଗୁଡ଼ିଏ ନୂତନ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ଏଥିରେ ସାମାଜିକ ନ୍ୟାୟ, ଭିତ୍ତିଭୂମିର ଉନ୍ନତି, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା, ବଞ୍ଚିତଙ୍କ ପାଇଁ ସାମାଜିକ ନିରାପତ୍ତା, ମହିଳା, ଯୁବ ବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ, ସଂଖ୍ୟାଲଘୁ, ଭିନ୍ନକ୍ଷମ ତଥା ବରିଷ୍ଠ ନାଗରିକମାନଙ୍କ ସଶକ୍ତୀକରଣ ମାଧ୍ୟମରେ ସାମୂହିକ ବିକାଶ ତଥା ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking