27.9 C
Bhubaneswar
Saturday, April 11, 2026
Homeଓଡିଶା+ ୨ : ୬ରୁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ

+ ୨ : ୬ରୁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ

ଭୁବନେଶ୍ୱର : ଯୁକ୍ତ ୨ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୬ରୁ ୧୩ ତାରିଖ ମଧ୍ୟରେ ଆଶାୟୀ ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ। ୨୦ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ୨୧ରୁ ୨୪ତାରିଖ ମଧ୍ୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ।ଚୟନ ହୋଇନଥିବା ଛାତ୍ରଛାତ୍ରୀମାନେ ୨୬ ଓ ୨୭ ତାରିଖରେ ନୂତନ ଶିକ୍ଷାନୁଷ୍ଠାନକୁ ଚଏସ୍-ଲକିଂ କରିପାରିବେ। ପ୍ରଥମ ମେଧା ତାଲିକା ପରେ ସିଧାସଳଖ ଅକ୍ଟୋବର ୩ ତାରିଖରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୪ ଓ ୫ ତାରିଖରେ ନାମ ଲେଖାଇ ପାରିବେ।
ସୂଚନା ଅନୁଯାୟୀ, ସମସ୍ତ ଛାତ୍ରଛାତ୍ରୀ ଦ୍ବିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ଆବେଦନ କରିଥିବା ଏବଂ କୌଣସି କଲେଜରେ ନାମଲେଖା ପାଇଁ ଚୟନ ହୋଇନଥିବା ଛାତ୍ରଛାତ୍ରୀମାନଙ୍କୁ ଆବେଦନ ଫି’ ଦେବାକୁ ପଡ଼ିବ ନାହିଁ। ସେହିପରି ଏହି ପର୍ଯ୍ୟାୟରେ ସିଟ୍ ସଂରକ୍ଷିତ ରହିବ ନାହିଁ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking