33.1 C
Bhubaneswar
Saturday, April 27, 2024
Homeଅପରାଧ୨ ଟ୍ରଲର ଜବତ : ୧୯ ମତ୍ସ୍ୟଜୀବୀ ଗିରଫ

୨ ଟ୍ରଲର ଜବତ : ୧୯ ମତ୍ସ୍ୟଜୀବୀ ଗିରଫ

ରାଜନଗର : ଗହୀରମଥା ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବା ବାଲେଶ୍ୱର ଅଞ୍ଚଳର ଦୁଇଟି ଟ୍ରଲରକୁ ରାଜନଗର ବନବିଭାଗ ଜବତ କରିବା ସହ ମୋଟ ୧୯ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ଆଜି ନିଷିଦ୍ଧାଞ୍ଚଳର ଅଗରନାସୀ ଦ୍ୱୀପ ଠାରୁ ୭ କିମି ଦୂରରେ ପୂଜା ତାରିଣୀ ଓ ତନିଶା-୩ ନାମକ ଟ୍ରଲର ମାଛ ଧରୁଥିଲେ । ଗହୀରମଥା ବନାଞ୍ଚଳ ଅଧିକାରୀ ଦେବାଶିଷ ଭୋଇ, ବନପାଳ ପ୍ରଫୁଲ୍ଲ ଚନ୍ଦ୍ର ମାଝି, ନିରଞ୍ଜନ ମଣ୍ଡଳ ପ୍ରମୁଖଙ୍କୁ ନେଇ ଏକ ପଇଁତରା ଟିମ ଏହି ଦୁଇଟି ଟ୍ରଲରକୁ କାବୁ କରିଥିଲେ । ଟ୍ରଲର ଦୁଇଟିରୁ ୩୫ କୁଇଣ୍ଟାଲ ମାଛ ଜବତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking