ଭୁବନେଶ୍ୱର : ରାଜ୍ୟରେ ଆଉ ୧୮୬ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ୩୯୦୯କୁ ବୃଦ୍ଧିପାଇଛି। ଚିହ୍ନଟ ହୋଇଥିବା ୧୮୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୧ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୧୫ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ୨୦ଟି ଜିଲ୍ଲାରୁ ୧୮୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସର୍ବାଧିକ କନ୍ଧମାଳ ଜିଲ୍ଲାରୁ ୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୨୧ଜଣ, ବରଗଡ଼ରୁ ୧୬, ଗଜପତି ୧୫, ମୟୁରଭଞ୍ଜରୁ ୧୩, କଳାହାଣ୍ଡିରୁ ୧୬, ଯାଜପୁର ଓ କଟକରୁ ୧୨, କେନ୍ଦୁଝର ଓ ଜଗତସିଂହପୁର ଜିଲ୍ଲାରୁ ୧୧ଜଣ ଆକ୍ରାନ୍ତ, ଗଞ୍ଜାମ ୪, ସୁନ୍ଦରଗଡ଼ ୩, ପୁରୀ ୭, ଝାରସୁଗୁଡ଼ା, ଢ଼େଙ୍କାନାଳ ଓ ବଲାଙ୍ଗୀରରୁ ୨ଜଣ, ମାଲକାନଗିରି, ଅନୁଗୁଳ, ଭଦ୍ରକ ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଓଡ୍ରାଫ୍/ଏନଡିଆରଏଫ/ଅଗ୍ନିଶମ ସେବାର ୧୩ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଏହି କର୍ମଚାରୀମାନେ ପଶ୍ଚିମବଙ୍ଗରୁ ଅମ୍ଫାନ୍ର ଡ୍ୟୁଟି ସାରି ଫେରିଥିଲେ।
ପଶ୍ଚିମବଙ୍ଗରୁ ଅମ୍ଫନ ମୁକାବିଲା ପାଇଁ ଯାଇ ଫେରିଥିବା ୧୪୯ଜଣ କର୍ମଚାରୀ ସଂକ୍ରମିତ ହୋଇସାରିଲେଣି ।
ବତ୍ତର୍ମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯କୁ ବୃଦ୍ଧିପାଇଛି ସେଥିମଧ୍ୟରୁ ୧୧ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୨୫୯୪ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୧୩୦୧ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ।