ଭୁବନେଶ୍ୱର: ପୋଲିସ ମୋଟର ଟ୍ରାନ୍ସପୋର୍ଟରେ ନିଯୁକ୍ତି ପାଇବେ ୧୮୫ ଡ୍ରାଇଭର । ୧୮୫ ଜଣ ଡ୍ରାଇଭରଙ୍କୁ ନିଯୁକ୍ତି ନେଇ ମଂଜୁରୀ ଦେଇଛନ୍ତି ପୋଲିସ ଡିଜି । ଆଇଜି ପ୍ରୋଭିଜନିଂ ଯତିନ୍ଦ୍ର କୋୟଲଙ୍କ ଅଧ୍ୟକ୍ଷତାରେ ଚୟନ ହୋଇଥିଲା । ଶାରୀରିକ ଓ ଡ୍ରାଇଭିଂ ଟେଷ୍ଟ ସହ ଲିଖିତ ପରୀକ୍ଷା ମଧ୍ୟ କରାଯାଇଥିଲା ।
ଭାରତୀୟ ତଟରକ୍ଷୀ (ଆଇସିଜି) ପଶ୍ଚିମାଞ୍ଚଳରେ ଡ୍ରାଇଭର, ଫାୟାରମ୍ୟାନ୍ ଏବଂ ଷ୍ଟୋର କିପର ସମେତ ବିଭିନ୍ନ ବେସାମରିକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ସମସ୍ତ ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ICG Recruitment 2021 ପାଇଁ ଅଫିସିଆଲ ୱେବସାଇଟ୍ joinindiancoastguard.gov.inର ରୋଜଗାର ସମାଚାରରେ ବିଜ୍ଞପ୍ତି ଜାରି ହେବାର ୩୦ ଦିନ ଭିତରେ ଅନଲାଇନ ଆବେଦନ କରି ପାରିବେ।
ଏହି ପ୍ରକ୍ରିୟା ମାଧ୍ୟମରେ ଇଞ୍ଜିନ ଡ୍ରାଇଭରର ୫ ପଦ, ସାରଙ୍ଗ ଲସ୍କରର ୨ ପଦ, ଫାୟାର ଇଞ୍ଜିନ ଡ୍ରାଇଭରର ୫ ପଦ, ଫାୟାରମ୍ୟାନର ୫୩ ପଦ, ବେସାମରିକ ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭରର ୧୧ ପଦ, ମୋଟର ଟ୍ରାନ୍ସପୋର୍ଟ ଫିଟରର ୫ ପଦ, ଷ୍ଟୋର କିପର ଗ୍ରେଡ-୨ର ୩ ପଦ, ସ୍ପ୍ରେ ପେଣ୍ଟରର ଗୋଟିଏ ପଦରେ ନିଯୁକ୍ତି ଦିଆଯିବ। ସେହିପରି ମୋଟର ଟ୍ରାନ୍ସପୋର୍ଟ ମେକାନିକର ଗୋଟିଏ ପଦ, ଲାସ୍କରର ୫ ପଦ, ମଲ୍ଟି ଟାସ୍କିଂ ଷ୍ଟାଫର ୩ ପଦ ଏବଂ ଅଣକୁଶଳୀ ଶ୍ରମିକର ୨ ପଦ ପାଇଁ ନିଯୁକ୍ତି ଆବେଦନ ଗ୍ରହଣ କରାଯାଇଛି।