25.1 C
Bhubaneswar
Thursday, October 24, 2024
Homeଦେଶ ବିଦେଶହାଇକୋର୍ଟ ଜଜ୍ ପାଇଁ ୧୮ ଜଣଙ୍କ ନାମ ସୁପାରିସ

ହାଇକୋର୍ଟ ଜଜ୍ ପାଇଁ ୧୮ ଜଣଙ୍କ ନାମ ସୁପାରିସ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟ କେଲଜିୟମ ପକ୍ଷରୁ ବୁଧବାର ବିଭିନ୍ନ ହାଇକୋର୍ଟରେ ଖାଲିପଡିଥିବା ବିଚାରପତି (ଜଜ୍‌) ପଦ ପାଇଁ ମୋଟ ୧୮ ଜଣଙ୍କ ନାମ ସୁପାରିସ କରାଯାଇଛି । ଏମାନଙ୍କ ମଧ୍ୟରେ ୧୩ ଜଣ ବିଚାର ବିଭାଗୀୟ ଅଧିକାରୀ ଏବଂ ୫ ଜଣ ଆଇନଜୀବୀ ସାମିଲ ଅଛନ୍ତି । ବିଚାର ବିଭାଗରେ ମହିଳାଙ୍କ ପ୍ରତିନିଧିତ୍ୱକୁ କଲେଜିୟମ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ନିକଟରେ (ସେପ୍ଟେମ୍ବର ୩୦) ଦିଲ୍ଲୀ ବିଚାର ବିଭାଗୀୟ ଅଫିସରଭାବେ ଅବସର ଗ୍ରହଣ କରିଥିଲେ ସୁଦ୍ଧା ସାଲିନ୍ଦର କୌରଙ୍କୁ ଦିଲ୍ଲୀ ହାଇକୋର୍ଟ ବିଚାରପତି ପଦରେ ନିଯୁକ୍ତ କରିବାକୁ ସୁପାରିସ କରାଯାଇଛି । ୬୦ ବର୍ଷ ବୟସରେ କୌର ଅବସର ଗ୍ରହଣ କରିଥିଲେ ସୁଦ୍ଧା ହାଇକୋର୍ଟ ବିଚାରପତିଙ୍କ ଅବସର ବୟସସୀମା ୬୨ ବର୍ଷ ଧାର୍ଯ୍ୟ କରାଯାଇଛି । ତେଣୁ ତାଙ୍କର କ୍ୟାରିୟରକୁ ସମୀକ୍ଷା କରାଯାଇ ଜଜ୍ ପଦ ପାଇଁ କୌରଙ୍କ ନାମ ସୁପାରିସ କରାଯାଇଛି । କୌରଙ୍କ ବ୍ୟତୀତ ଦିଲ୍ଲୀ ହାଇକୋର୍ଟ ପାଇଁ ବରିଷ୍ଠ ଜୁଡିସିଆଲ ଅଧିକାରୀ ରବୀନ୍ଦ୍ର ଡୁଡେଜାଙ୍କ ନାମ ମଧ୍ୟ ସୁପାରିସ କରାଯାଇଛି । କେରଳ ହାଇକୋର୍ଟ ପାଇଁ ସ୍ନେହଲତା, ଜନ୍‌ସନ ଜନ୍‌, ଜି.ଗିରୀଶ, ସି.ପ୍ରଦୀପକୁମାର ଏବଂ ପି.କ୍ରିଷ୍ଣକୁମାରଙ୍କ ନାମ ସୁପାରିସ କରାଯାଇଥିବାବେଳେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ପାଇଁ ୪ ଜଣ, ବମ୍ବେ ହାଇକୋର୍ଟ ପାଇଁ ୩ ଜଣ, ତ୍ରିପୁରା ହାଇକୋର୍ଟ ପାଇଁ ୨ ଜଣ, ଛତିଶଗଡ ଏବଂ ଗୁଜରାଟ ହାଇକୋର୍ଟ ପାଇଁ ଜଣେ ଲେଖାଏଁ ଅଫିସର/ଆଇନଜୀବୀଙ୍କ ନାମ ସୁପାରିସ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking