29.1 C
Bhubaneswar
Monday, November 18, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନର ଓଡେସା ସହରରେ ଋଷ ସେନାର ଆକ୍ରମଣରେ ୧୮ଜଣଙ୍କ ମୃତ୍ୟୁ

ୟୁକ୍ରେନର ଓଡେସା ସହରରେ ଋଷ ସେନାର ଆକ୍ରମଣରେ ୧୮ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଆଜି ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ପୁତିନ୍ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ । ୟୁକ୍ରେନର ରାଜଧାନୀ କିଭ୍ ସହ ୧୦ଟି ସହରରେ ଜୋରଦାର ଆକ୍ରମଣ ଜାରି ରହିଛି । ଋଷ ସେନା ୟୁକ୍ରେନର କିଭକୁ ପ୍ରବେଶ କରିଛି । ଉତ୍ତର କିଭରେ ଋଷର ସେନା ପ୍ରବେଶ କରୁଥିବା ବେଳେ ଋଷ ଏପର୍ଯ୍ୟନ୍ତ ୩୦ରୁ ଅଧିକ ଏୟାର ଷ୍ଟ୍ରାଇକ୍ କରିସାରିଥିବା କହିଛି ୟୁକ୍ରେନ । ଋଷ ସେନା କିଭର ହୋଷ୍ଟମେଲ ବିମାନବନ୍ଦର ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଜଣାପଡ଼ିଛି ।

କିଭ ସହ ଋଷର ସୈନ୍ୟମାନେ ୟୁକ୍ରେନର ଓଡେସା ସହରରେ ପ୍ରବେଶ କରୁଥିବା ନେଇ ଖବର ମିଳିଛି । କୁହାଯାଉଛି ଯେ ଋଷ ଓଡେସା ଉପରେ ଆକ୍ରମଣ କରିବାରୁ ୧୮ଜଣଙ୍କର ପ୍ରାଣହାନୀ ଘଟିଛି । ତେବେ ଆଜି ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ରୁଷ୍‌ର ସଶସ୍ତ୍ରବାହିନୀ ଭିନ୍ନ ଭିନ୍ନ ପ୍ରାନ୍ତରୁ ଶାନ୍ତିପୂର୍ଣ୍ଣ ୟୁକ୍ରେନୀୟ ସହରଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ କରିଛି । କୌଣସି ଅଜ୍ଞାତ ସ୍ଥାନରୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଉଥିବା କଥା କହିଛି ୟୁକ୍ରେନ୍ । ୟୁକ୍ରେନ୍ ସରକାର ଦେଶରେ ସାମରିକ ଆଇନ ଜାରି କରିବା ସହ ସୁରକ୍ଷା ପ୍ରତି ବିପଦ ଥିବାରୁ ବେସାମରିକ ବିମାନ ଚଳାଚଳ ନିମନ୍ତେ ଆକାଶ ପଥ ବନ୍ଦ କରି ଦେଇଛନ୍ତି । ଏବେ ସ୍ୱଦେଶ ଫେରିବା ପାଇଁ କିଏଭ୍ ବିମାନ ବନ୍ଦରରେ ପହଞ୍ଚିଥିବା ଯାତ୍ରୀ ଏବଂ କର୍ମଚାରୀମାନଙ୍କୁ ସ୍ଥାନାନ୍ତର କରାଯାଉଛି । ରୁଷ୍ ମଧ୍ୟ ୟୁକ୍ରେନ୍ ସୀମାନ୍ତ ଚାରିପଟରୁ ବାଣିଜ୍ୟିକ ବିମାନ ନିମନ୍ତେ ଆକାଶପଥ ବନ୍ଦ କରି ଦେଇଛି । ୟୁକ୍ରେନୀୟ ରାଷ୍ଟ୍ରଦୂତ ଆଇଗୋର ପୋଲିଖା ପ୍ରଧାନମନ୍ତ୍ରୀ ମୋଦେୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲ । ସେ କହିଥିଲେ ଯେ, ଋଷ୍ ସହ ଭାରତର ଉତ୍ତମ ସମ୍ପର୍କ ଅଛି । ଋଷ୍‌-ୟୁକ୍ରେନ୍ ସଙ୍କଟ ନିୟନ୍ତ୍ରଣ କରିବାରେ ନୂଆଦିଲ୍ଲୀ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିପାରିବ । ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଏବଂ ଆମ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କିଙ୍କୁ ଅବିଳମ୍ବେ ଯୋଗାଯୋଗ କରିବା ପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରୁଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking