30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶକଫସିରପ ଖାଇ ୧୮ ଶିଶୁଙ୍କ ମୃତ୍ୟୁ! ବନ୍ଦ ହେଲା କମ୍ପାନୀର ଔଷଧ ଉତ୍ପାଦନ

କଫସିରପ ଖାଇ ୧୮ ଶିଶୁଙ୍କ ମୃତ୍ୟୁ! ବନ୍ଦ ହେଲା କମ୍ପାନୀର ଔଷଧ ଉତ୍ପାଦନ

ନୂଆଦିଲ୍ଲୀ: ଉଜବେକିସ୍ତାନରେ ଭାରତୀୟ କଫ ସିରପରୁ ପିଲାଙ୍କ ମୃତ୍ୟୁ ହେଉଥିବା ନେଇ ଅଭିଯୋଗ ହୋଇଛି । ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ପୂରା ମାମଲାରେ ନଜର ରଖିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏ ନେଇ ଶୁକ୍ରବାର ଏକ ଟ୍ୱିଟ କରି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ କାଶ ମେଡିସିନ୍ ଡକ୍ -୧ ମ୍ୟାକ୍ସରେ ଭୁଲ୍ ରିପୋର୍ଟକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଦଳ ଡିସେମ୍ବର ୨୯ ରାତିରୁ ମାରିଅନ୍ ବାୟୋଟେକର ସମସ୍ତ ଔଷଧ ଉତ୍ପାଦନ ବନ୍ଦ କରି ଦେଇଛନ୍ତି।

କାଶ ଔଷଧ ହେତୁ ଉଜବେକିସ୍ତାନରେ ୧୮ ଜଣ ଶିଶୁଙ୍କ ମୃତ୍ୟୁ ପରେ ନୋଏଡାର କମ୍ପାନୀ ମାରିଅନ୍ ବାୟୋଟେକକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଜବେକିସ୍ତାନର ଏହି ଦାବି ପରେ ଭାରତ ସରକାରଙ୍କୁ ସତର୍କ କରାଯାଇଛି। ୧୮ ଜଣ ଶିଶୁଙ୍କ ମୃତ୍ୟୁକୁ ଭାରତୀୟ କଫ ସିରଫ ସହିତ ଯୋଡିବା ପରେ ଉଜବେକିସ୍ତାନରେ ଆହତଙ୍କ ସମ୍ପର୍କରେ ଏକ ରିପୋର୍ଟ ମାଗିଛନ୍ତି କେନ୍ଦ୍ର ସରକାର । ଫାର୍ମାସ୍ୟୁଟିକାଲ୍ କମ୍ପାନୀର ତଦନ୍ତ ଆଧାରରେ ଆହୁରି ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ସେପଟେ ପିଲାମାନଭ୍‌କ ମୃତ୍ୟୁ ପାଇଁ ଡୋକ-ମ୍ୟାକ୍ସ ଔଷଧକୁ ଦାୟୀ କରିଛନ୍ତି ଉଜବେକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଉତ୍ତରପ୍ରଦେଶର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ମାରିଅନ୍ ବାୟୋଟେକ୍ କମ୍ପାନୀ ଭାରତରେ କାଶ ଔଷଧ ଡକ -୧ ମ୍ୟାକ୍ସ ବିକ୍ରୟ କରେ ନାହିଁ ଏବଂ ଏହାକୁ କେବଳ ଉଜବେକିସ୍ତାନକୁ ରପ୍ତାନୀ କରାଯାଇଛି।

ମାଣ୍ଡଭିୟ କହିଛନ୍ତି ଯେ, ନୋଏଡାସ୍ଥିତ କମ୍ପାନୀ ପରିସରରୁ କାଶ ଔଷଧର ନମୁନା ପରୀକ୍ଷା ପାଇଁ ଚଣ୍ଡିଗଡ଼ର ଆଞ୍ଚଳିକ ଡ୍ରଗ୍ ଟେଷ୍ଟିଂ ଲାବୋରେଟୋରୀ (ଆରଡିଟିଏଲ୍) କୁ ପଠାଯାଇଛି। ଏହା ବ୍ୟତୀତ କାଶ ଔଷଧ ଡକ୍ -୧ ମ୍ୟାକ୍ସରେ ଭୁଲ୍ ରିପୋର୍ଟକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ତରଫରୁ ମାରିଅନ୍ ବାୟୋଟେକର ସମସ୍ତ ଔଷଧ ଉତ୍ପାଦନ ମଧ୍ୟ ବନ୍ଦ କରିଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି ମୃତ ଶିଶୁମାନେ ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ୨-୭ ଦିନ ପାଇଁ ଦିନକୁ ୩-୪ ଥର ଏହି ଔଷଧ ସେବନ କରିଛନ୍ତି। ସେଥିପାଇଁ ସେ ମୃତ୍ୟୁବରଣ କଲେ। ବର୍ତ୍ତମାନ ଉଜବେକିସ୍ତାନ ସରକାର ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ କମ୍ପାନୀ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ସରକାରଙ୍କୁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking