19.1 C
Bhubaneswar
Friday, February 6, 2026
Homeଓଡିଶାଗୋଧିଆ ଆକ୍ରମଣରେ ୧୭ ଆହତ

ଗୋଧିଆ ଆକ୍ରମଣରେ ୧୭ ଆହତ

ମୟୂରଭଞ୍ଜ: ପୁଣି ଏବେ ଲାଗି ରହିଛି ଗୋଧିଅl ଆତଙ୍କ । ହାତୀ,ଭାଲୁ ପରେ ସ୍ଥାନୀୟ ଅଞ୍ଚଳରେ ଗୋଧୀଆ ଆତଙ୍କ ସୃଷ୍ଟି କରିଛି। ତେବେ ଆଜି ସକାଳୁ ପୁଣି ଦୁଇ ଜଣକୁ କାମୁଡି ଖଣ୍ଡିଆ ଖାବରା କରିଛି l ଗୋଧୀଆ ଆକ୍ରମଣରେ ଦୁଧିଆଣି ବନାଞ୍ଚଳ ହlତିମୁଣ୍ଡି ଗାଁ ର ଜଣେ ଏବଂ କେଞ୍ଝରl ଗ୍ରାମର ଜଣେ ଆହତ ହୋଇଥିବା ଜଣାପଡିଛି l ଉଭୟ ଡାକ୍ତର ଖାନlରେ ଚିକିତ୍ସା ପାଇଁ ଭର୍ତ୍ତି l ଗତକାଲି ପନ୍ଦର ଜଣକୁ କାମୁଡି ଥିଲା ବେଳେ ଆଜି ପୁଣି ଦୁଇଜଣକୁ କାମୁଡି ଖଣ୍ଡିଆ ଖାବରା କରିଛି ଗୋଧିଆ l ତେବେ ଗତକାଲି ଏବଂ ଆଜି ମିଶି ସତର ଜଣକୁ କାମୁଡିଛି ଗୋଧିଅl l ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ତିନିଟିଆ ଗାଁରୁ। ଏଠାରେ ଗୋଧିଆ ଆତଙ୍କ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି। ଗୋଧୀଆ ଆକ୍ରମଣରେ ଗତକାଲି ସମୁଦାୟ ପନ୍ଦର ଜଣ ଆହତ ହୋଇଥିବା ବେଳେ ଆଜି ଦୁଇ ଜଣ ଆହତଙ୍କୁ ନେଇ ସତର ଜଣ ଆହତ ହୋଇଥିବା ସୂଚନା ମିଳିଛି l ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆ ଯାଇଛି l ମାତ୍ର ଅନେକ ଏହାକୁ ହେଟାବାଘ ଆତଙ୍କ ଖେଳାଇ ଥିବା ଆଲୋଚନା କରୁଥିବା ବେଳେ ହେଟାବାଘ ନୁହଁ ଗୋଧିଅl ଆକ୍ରମଣ କରିଥିବା ନେଇ ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking