25.1 C
Bhubaneswar
Wednesday, October 23, 2024
Homeଦେଶ ବିଦେଶପୃଥକ୍ ସଡ଼କ ଦୁର୍ଘଟଣାରେ ୧୬ ମୃତ

ପୃଥକ୍ ସଡ଼କ ଦୁର୍ଘଟଣାରେ ୧୬ ମୃତ

ଶାହାଜହାନ୍‌ପୁର/ ଚେନ୍ନାଇ: ଗୁରୁବାର ଦୁଇଟି ପୃଥକ୍ ସଡ଼କ ଦୁର୍ଘଟଣାରେ ୧୬ଜଣ ପ୍ରାଣ ହରାଇବା ଭଳି ଅତ୍ୟନ୍ତ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରଥମ ଘଟଣାଟି ଉତ୍ତରପ୍ରଦେଶର ଶାହାଜହାନ୍‌ପୁର ଜିଲ୍ଲା ସେହରା ମାଉ ସାଉଥ୍ ପୁଲିସ୍ ଷ୍ଟେସନ ଅଞ୍ଚଳ ଦେଇ ଯାଇଥିବା ବରେଲୀ-ଫରୁଖାବାଦ୍ ରାଜପଥ (ଫ୍ଲାଏଓଭର)ରେ ଘଟିଥିବା ବେଳେ ଏଥିରେ ୧୨ଜଣ ମୃତ୍ୟୁବରଣ କରିଛନ୍ତି । ଘନକୁହୁଡି ଯୋଗୁ ରାସ୍ତା ଦେଖିନପାରିବା କାରଣରୁ ଏକ ଟେମ୍ପୋକୁ ବିପରୀତ ଦିଗରୁ ଆସୁଥିବା ଅନ୍ୟଏକ ଦ୍ରୁତଗାମୀ ଟ୍ୟାଙ୍କର ଜୋରଦାର ଧକ୍କା ଦେଇଥିଲା । ଫଳରେ ଟେମ୍ପୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅନେକ ଗୁରୁତର ଆହତ ହୋଇଥିବା ବେଳେ ଡ୍ରାଇଭର ସମେତ ୧୨ଜଣ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ୮ ପୁରୁଷ, ୩ ମହିଳା ଓ ୨ଶିଶୁ ରହିଛନ୍ତି । ପୁଲିସ୍ ଅନୁସାରେ ଟେମ୍ପୋରେ ଥିବା ଯାତ୍ରୀମାନେ ଗୋଟିଏ ଗ୍ରାମର ସ୍ଥାୟୀ ବାସିନ୍ଦା ଏବଂ ଏମାନେ ପୂର୍ଣ୍ଣମୀ ଉପଲକ୍ଷେ ଘାଟିଆ ଘାଟ ଗଙ୍ଗାରେ ବୁଡ ପକାଇବା ପାଇଁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ।

ସେହିପରି ଦ୍ୱିତୀୟ ସଡକ ଦୁର୍ଘଟଣାଟି ତାମିଲନାଡୁର ଧର୍ମପୁରୀ ଜିଲ୍ଲାରେ ଘଟିଛି । ଏଥିରେ ୪ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୮ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଠାରେ ମଧ୍ୟ ଘନକୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ସିସିଟିଭି ଫୁଟେଜ୍ ଅନୁସାରେ ଏକ ଟ୍ରକ୍ ତୀବ୍ର ଗତିରେ ଆସି ରାସ୍ତାରେ ଯାଉଥିବା ଏକ ଟ୍ରକ୍ ଏବଂ ଅନ୍ୟ ଗାଡ଼ିଗୁଡ଼ିକୁ ଧକ୍କା ଦେଇଥିଲା । ଫଳରେ ଆଗରେ ଥିବା ଏକ ଟ୍ରକ୍‌ଟି ଭାରସାମ୍ୟ ହରାଇ ଫ୍ଲାଇଓଭର ତଳକୁ ଖସିପଡିଥିଲା । ଟ୍ରକ୍‌ରେ ଥିବା ଡ୍ରାଇଭର, ହେଲପର ସମେତ ୪ଜଣ ମୃତ୍ୟୁବରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking