31.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଲାଖ୍‌ବୀର ପାଇଁ ୧୫ ଲକ୍ଷ ପୁରସ୍କାର ଘୋଷଣା

ଲାଖ୍‌ବୀର ପାଇଁ ୧୫ ଲକ୍ଷ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: କାନାଡାରେ ବାସ କରୁଥିବା କୁଖ୍ୟାତ୍ ଗ୍ୟାଙ୍ଗ୍‌ଷ୍ଟର ଲାଖ୍‌ବୀର ସିଂହ ସାନ୍ଧୁ ଓରଫ ଲଣ୍ଡାକୁ ଧରାଇଦେଲେ କିମ୍ବା ତା’ ସମ୍ପର୍କରେ ସଠିକ୍ ସୂଚନା ଦେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ବାବଦରେ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ଏଜେନ୍ସି) ପକ୍ଷରୁ ଘୋଷଣା କରାଯାଇଛି ।

ପଞ୍ଜାବରେ ବିଭିନ୍ନ ଆତଙ୍କବାଦ ଘଟଣା ଏବଂ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କାରବାରରେ ଲାଖ୍‌ବୀର ସଂପୃକ୍ତ ଥିଲା । ଗିରଫ ଭୟରେ ସେ ଦେଶଛାଡି ବର୍ତ୍ତମାନ କାନାଡାର ଏଡ୍‌ମଣ୍ଟଟନ ସହରରେ ଆତ୍ମଗୋପନ କରିଥିବମା ଏନ୍‌ଆଇଏ ପକ୍ଷରୁ କୁହାଯାଇଛି । ସୂଚନା ପ୍ରଦାନକାରୀଙ୍କ ସମସ୍ତ ତଥ୍ୟ ଗୋପନ ରଖାଯିବ ବୋଲି ଏନ୍‌ଆଇଏ ପ୍ରତିଶ୍ରୁତି ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking