ବେଙ୍ଗାଲୁରୁ: କର୍ଣ୍ଣାଟକରେ ଟିପୁ ସୁଲ୍ତାନ୍ ଜୟନ୍ତୀ ପୂର୍ବରୁ ଶୁକ୍ରବାର ଶ୍ରୀରଙ୍ଗପଟ୍ଟନମ୍ରେ ୧୪୪ ଧାରା ଲାଗୁ କରାଯାଇଛି । ଫଳରେ ସକାଳ ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଶୋଭଯାତ୍ରା, ବିରୋଧ ପ୍ରଦର୍ଶନ ଏବଂ ରାଲି ଉପରେ ପ୍ରତିବନ୍ଧକ ରହିବ । ଏହା ସହିତ ବ୍ୟାନର୍, ଲାଉଡ୍ସ୍ପିକର୍, ବାଣ ଏବଂ ଡିଜେର ବ୍ୟବହାର ଉପରେ ମଧ୍ୟ ରୋକ୍ ଲାଗିଛି ।
ପୁଲିସ ଅନୁସାରେ ଏହି ଅବସରରେ ସ୍ଳୋଗାନ ଏବଂ ଉତ୍ତେଜକ ଫଟୋ କିମ୍ବା ସ୍ଳୋଗାନ ଲେଖାଥିବା ଟି-ସାର୍ଟ ଉପରେ ମଧ୍ୟ ବ୍ୟାନ୍ ଲଗାଯାଇଛି । ଶ୍ରୀରଙ୍ଗପଟ୍ଟନମ୍ରେ ଟିପୁ ସୁଲ୍ତାନ୍ଙ୍କ କବର ରହିଛି ।