ଭୁବନେଶ୍ୱର : ୨୦୨୪ ନିର୍ବାଚନ ପୂର୍ବରୁ ବର୍ଷକରେ ୧୪୦ ଯୋଜନା କରାଯାଇଛି । ଏହିସବୁ ଯୋଜନା ବିନା ବଜେଟରେ ବ୍ୟୟବରାଦ କରାଯାଇଥିଲା । ଅନେକ ଯୋଜନା କେବଳ ଘୋଷଣାରେ ହିଁ ସୀମିତ ରହିଯାଇଛି । ଏପରିକି ଆମ ଓଡ଼ିଶା, ନବୀନ ଓଡ଼ିଶା ପାଇଁ ବି ବ୍ୟୟବରାଦ ହୋଇନଥିଲା ବୋଲି ବିଧାନସଭାରେ ସୂଚନା ଦିଆଯାଇଛି । ବିଧାୟକ ଅମର ନାୟକଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମହୋନଚରଣ ମାଝୀ ।