24.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶ୧୨୩ କୋଟିରେ କାର୍ ରେଜିଷ୍ଟ୍ରେସନ ନମ୍ବର ନିଲାମ

୧୨୩ କୋଟିରେ କାର୍ ରେଜିଷ୍ଟ୍ରେସନ ନମ୍ବର ନିଲାମ

ଦୁବାଇ: ଭାରତରେ ସାଧାରଣତଃ କାର୍ କିମ୍ବା ଦୁଇଚକିଆ ଯାନ ପାଇଁ ନିଜ ପସନ୍ଦ ମୁତାବକ ରେଜିଷ୍ଟ୍ରେସନ ନମ୍ବର ପାଇବାକୁ ମାଲିକଙ୍କୁ କିଛି ଅର୍ଥ ପୈଠ କରିବାକୁ ପଡିଥାଏ । ତେବେ ସଂଯୁକ୍ତ ଆରବ ଏମିରେଟ୍‌ସରେ ଏଭଳି ଏକ ମନପସନ୍ଦ ନମ୍ବର ପାଇବାକୁ ଜଣେ ବ୍ୟକ୍ତିଙ୍କୁ ରେକର୍ଡ ୧୨୩ କୋଟି ଟଙ୍କା ପୈଠ କରିବାକୁ ପଡିଛି । ଶନିବାର ଏମିରେଟ୍‌ସ ଅକ୍‌ସନ ଏଲଏଲସି ପକ୍ଷରୁ ‘ପି ୭’ ନମ୍ବରକୁ ୫୫ ନିୟୁତ ଦିରହାମ୍ (ୟୁଏଇ ମୁଦ୍ରା)ରେ ନିଲାମ କରାଯାଇଛି ।

ଏହି ଅର୍ଥକୁ ଦୁବାଇର ଶାସକ ଶେଖ୍ ମହମ୍ମଦ ବିନ୍ ରସିଦଙ୍କ ଏନ୍‌ଜିଓରେ ବିନିଯୋଗ କରାଯିବ ବୋଲି ଜଣାପଡିଛି । ୨୦୦୮ରେ ଦୁବାଇରେ ଏଭଳି ଏକ ମନପସନ୍ଦ କାର୍ ନମ୍ବର (ନମ୍ବର-୧) ୫୨.୨ ନିୟୁତ ଦିର୍‌ହାମରେ ନିଲାମ ହୋଇଥିବାବେଳେ ଚଳିତଥର ଏହା ପୂର୍ବ ରେକର୍ଡକୁ ଭଙ୍ଗ କରିଛି । ତେବେ ୧୨୩ କୋଟିରେ ମନପସନ୍ଦ ନମ୍ବର କିଣିଥିବା ବ୍ୟକ୍ତିଙ୍କ ନାମକୁ ଗୋପନ ରଖାଯାଇଛି । ପୂର୍ବରୁ ଦୁବାଇରେ ବାସ କରୁଥିବା ପ୍ରବାସୀ ଭାରତୀୟ ବ୍ୟବସାୟୀ ବଲବିନ୍ଦର ସିଂହ ସାହାଣି ୩୩ ନିୟୁତ ଦିର୍‌ହାମରେ ‘ଡି-୫’ ନମ୍ବର ପ୍ଲେଟ୍ କରିଥିଲେ । ଅପରପକ୍ଷରେ ଚଳିତବର୍ଷ ପ୍ରାରମ୍ଭରେ ହଂକଂରେ ଜଣେ ବ୍ୟକ୍ତି ‘ଇଂରାଜୀ ଅକ୍ଷର ଆର’ ଥିବା ନମ୍ବର ପ୍ଲେଟ୍‌କୁ ୩.୨ ନିୟୁତ ଡଲାରରେ କିଣିଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking