19.1 C
Bhubaneswar
Sunday, November 24, 2024
Homeଓଡିଶାଟମାଟୋ କିଲୋ ୧୨୦! ବର୍ଷାକୁ ଦୋଷଦେଲେ ଯୋଗାଣ ମନ୍ତ୍ରୀ

ଟମାଟୋ କିଲୋ ୧୨୦! ବର୍ଷାକୁ ଦୋଷଦେଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଯେତେବେଳେ ପର୍ଯ୍ୟନ୍ତ ପରିମାଣର ଟମାଟୋ ଅମଳ ହେଉଥିଲା, ସେତେବେଳେ ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା କଲେ ନାହିଁ । ଏବେ ଟମାଟୋ ଦର ଆକାଶ ଛୁଆଁ ହୋଇଛି । କିଲୋ ପିଛା ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ୧୦୦ ଟଙ୍କା ଛୁଇଁଲାଣି । ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ବର୍ଷା ଉପରେ ଦୋଷ ଲଦିଛନ୍ତି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଲଗାଣ ବର୍ଷା ଯୋଗୁ ଚାଷୀଙ୍କ ସହ ବଜାର ଉପରେ ପ୍ରଭାବ ପଡ଼ିଛି । ମୁଁ ଭାବୁଛି ବେଙ୍ଗାଳୁରୁରୁ ଟମାଟୋ ଆସିଯିବ ଓ ଯେଉଁ ସମସ୍ୟା ଦେଖାଦେଇଛି, ତାହା ସମାଧାନ ହୋଇଯିବ । ସୋମବାର ରାଜଧାନୀ ଭୁବନେଶ୍ୱର ବଜାରରେ ଟମାଟୋ କିଲୋ ପିଛା ପ୍ରାୟ ୪୦ରୁ ୫୦ଟଙ୍କା ବିକ୍ରି ହେଉଥିବାବେଳେ ମଙ୍ଗଳବାର ଅଚାନକ କିଲୋପିଛା ୮୦ରୁ ୯୦ଟଙ୍କାକୁ ବୃଦ୍ଧି ପାଇଥିଲା । କଟକରେ ଟମାଟୋ କିଲୋ ପିଛା ୯୦-୧୦୦ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ବେଳେ ବ୍ରହ୍ମପୁର ଓ ବାଲେଶ୍ୱରରେ କିଲୋ ପିଛା ୧୦୦ରୁ ୧୨୦ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ଜଣାପଡ଼ିଛି ।

ଭୁବନେଶ୍ୱରର ଏକ ନମ୍ବର ହାଟରେ ଟମାଟୋ କିଲୋ ପିଛା ୮୦ରୁ ୯୦ ଟଙ୍କା ଥିବାବେଳେ ରାଜଧାନୀର ଅନ୍ୟ ଅଞ୍ଚଳରେ ଏହି ଦର ପ୍ରାୟ ୧୦୦ଟଙ୍କା ଅଛି । ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପଉଛି । ସୂଚନାରୁ ପ୍ରକାଶ, ଚଳିତବର୍ଷ ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ଟମାଟୋ ଚାଷ ହୋଇଥିଲା । ହେଲେ ଶୀତଳଭଣ୍ଡାର ବ୍ୟବସ୍ଥା ନଥିବାରୁ କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ଟମାଟୋ ନଷ୍ଟ ହୋଇଥିଲା । ଚାଷୀ ଟମାଟୋ ବିକ୍ରି କରିନପାରି ରାସ୍ତାରେ ଫିଙ୍ଗି ଦେଇଥିଲେ । ଆଉ କେତେକ ସ୍ଥାନରେ ଚାଷ ଜମିରେ ଟମାଟୋ ପଚି ସଢ଼ି ଯାଇଥିଲା । ଟମାଟୋ ଅମଳ ସମୟରେ ଏଭଳି ଦୃଶ୍ୟ ରାଜ୍ୟର କୋଣ ଅନୁକୋଣରେ ଦେଖିôବାକୁମିଳିଥିଲା । ସେତେବେଳେ ରାଜ୍ୟ ସରକାର ଟମାଟୋ ସଂରକ୍ଷଣ ନେଇ କୌଣସି ବ୍ୟବସ୍ଥା କରିନଥିଲେ । କେବଳ ଓଡ଼ିଶା ନୁହେଁ, ସାରାଦେଶରେ ଟମାଟୋ ଦର ଆକାଶଛୁୃଆଁ ହୋଇଛି । ଦିଲ୍ଲୀରେ ଦର କିଲୋପ୍ରତି ୧୫୦ଟଙ୍କାରେ ପହଞ୍ଚିଛି । ରାଜ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ନାୟକଙ୍କ ଭଳି କେନ୍ଦ୍ର ଖାଉଟି ବ୍ୟାପାର ସଚିବ କହିଛନ୍ତି, ମୌସୁମୀ କାରଣରୁ ଦର ବଢ଼ିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking