17.1 C
Bhubaneswar
Monday, November 25, 2024
Homeଓଡିଶାସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୨୦ କୋଟିର କ୍ରୀଡ଼ା ପ୍ରକଳ୍ପ ଶୁଭାରମ୍ଭ

ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୨୦ କୋଟିର କ୍ରୀଡ଼ା ପ୍ରକଳ୍ପ ଶୁଭାରମ୍ଭ

– ବୁର୍ଲା ଇନ୍‌ଡୋର ଷ୍ଟାଡିୟମ ଉଦ୍‌ଘାଟନ
– ହକି ଷ୍ଟାଡିୟମ୍ ସମେତ ସମ୍ବଲପୁର ଫୁଟ୍‌ବଲ୍ ଏକାଡେମୀ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ରୀଡ଼ା କମ୍ପେ୍ଲକ୍ସର ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରର କ୍ରୀଡ଼ା ବିକାଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ଶନିବାର ଭିଡିଓ କନ୍‌ଫରେନ୍ସ ଜରିଆରେ ୧୨୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବୁର୍ଲା ଇନ୍‌ଡୋର ଷ୍ଟାଡିୟମ୍ ଉଦ୍‌ଘାଟନ କରିବା ବ୍ୟତୀତ ହକି ଷ୍ଟାଡିୟମ୍ ସମେତ ସମ୍ବଲପୁର ଫୁଟ୍‌ବଲ୍ ଏକାଡେମୀ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ରୀଡ଼ା କମ୍ପେ୍ଲକ୍ସର ଶିଳାନ୍ୟାସ ମଧ୍ୟ କରିଛି । ସମ୍ବଲପୁରର ଯୁବ ବର୍ଗଙ୍କୁ ଉପକୃତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ ‘ଯୁବକଙ୍କ ପାଇଁ ଖେଳ, ଭବିଷ୍ୟତ ପାଇଁ ଯୁବ’କୁ ଦୃଷ୍ଟିରେ ରଖି ୫-ଟି ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ ହାତକୁ ନିଆଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମ୍ବଲପୁରର କ୍ରୀଡ଼ା ସଂସ୍କୃତିକୁ ପ୍ରଶଂସା କରିବା ସହ ଏହିସବୁ ସୁବିଧା ଜିଲ୍ଲାର କ୍ରୀଡ଼ା ବିକାଶକୁ ଆହୁରି ସୁଦୃଢ଼ କରିବ ବୋଲି ଆଶାବ୍ୟକ୍ତ କରିଥିଲେ । ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ସମ୍ବଲପୁରରେ ଫୁଟ୍‌ବଲ୍ ବେଶ୍ ଲୋକପ୍ରିୟ ଏବଂ ସେଥିପାଇଁ ସ୍ଥାନୀୟ ଫୁଟ୍‌ବଲ୍ ପ୍ରତିଭାଙ୍କୁ ଉନ୍ନତମାନର କୋଚିଂ ଓ ପ୍ରତିଯୋଗିତା ସୁବିଧା ଯୋଗାଇ ଦେବା ପାଇଁ ସମ୍ବଲପୁର ଫୁଟ୍‌ବଲ୍ ଏକାଡେମୀ ପ୍ରତିଷ୍ଠା କରାଯାଉଛି ।

ବୁର୍ଲା ଇନ୍‌ଡୋର ଷ୍ଟାଡିୟମରେ ୪ଟି ବ୍ୟାଡ୍‌ମିଣ୍ଟନ କୋର୍ଟ ଏବଂ ୪୦୦ରୁ ଅଧିକ ଦର୍ଶକଙ୍କ ବସିବା ବ୍ୟବସ୍ଥା ରହିଛି । ସେଣ୍ଟ୍ରାଲାଇଜଡ୍ ଏୟାର୍ କଣ୍ଡିସନ୍ ସୁବିଧାରେ ଖେଳାଳିଙ୍କ ଚେଞ୍ଜିଂ ରୁମ୍‌, ପ୍ରାଥମିକ ଚିକିତ୍ସା କକ୍ଷ, ଜିମ୍‌, ମଲ୍ଟିପର୍ପଜ୍ ହଲ୍ ମଧ୍ୟ ରହିଛି । ଯେଉଁଥିରେ କ୍ୟାରମ୍‌, ଚେସ୍‌, ଫେନ୍ସିଂ ଭଳି ଅନ୍ୟାନ୍ୟ ଇନ୍‌ଡୋର୍ ଗେମ୍ ଖେଳାଯାଇପାରିବ । ଖେଳ ପଡ଼ିଆକୁ କାଠ ସିନ୍ଥେଟିକ୍ ଫ୍ଲୋରିଂରେ ସୁସଜ୍ଜିତ କରାଯାଇଛି ଏବଂ ଖେଳାଳିମାନଙ୍କୁ ଅନ୍ତର୍ଜାତୀୟ ଅଭିଜ୍ଞତା ପ୍ରଦାନ କରିବା ପାଇଁ ବିଡବ୍ଲ୍ୟୁଏଫ୍ କ୍ରୀଡ଼ା ଆଲୋକ ବ୍ୟବସ୍ଥା ପାଇଁ ସୁପାରିସ କରାଯାଇଛି । ଏହି ଷ୍ଟାଡିୟମ୍ ନିର୍ମାଣ ପାଇଁ ୩୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଏଥିରେ ୧୦.୩୫ କୋଟି ଟଙ୍କା ଏମ୍‌ସିଏଲ ଓ ୭.୫ କୋଟି ଟଙ୍କା ଭାରତ ସରକାରଙ୍କ ଆର୍ôଥକ ସହାୟତା ରହିଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ସ୍ପୋର୍ଟସ୍ କମ୍ପେ୍ଲକ୍ସରେ କ୍ୟାଟେଗୋରୀ ୧ ଏଫ୍‌ଆଇଏଚ୍ ସାର୍ଟିଫାଏଡ୍ ସିନ୍ଥେଟିକ୍ ହକି ଟର୍ଫ ବିଶିଷ୍ଟ ହକି ଷ୍ଟାଡିୟମ୍ ହେବ । ଏଫ୍‌ଆଇଏଚ୍ କ୍ରୀଡ଼ା ଆଲୋକ ବ୍ୟବସ୍ଥା ଏବଂ ପ୍ରାୟ ୩୦୦୦ ଦର୍ଶକ ବସିପାରିବା ଭଳି ଗ୍ୟାଲେରୀ ପାଇଁ ସୁପାରିସ କରାଯାଇଛି ।

ଦିବ୍ୟାଙ୍ଗଙ୍କ ପାଇଁ ବସିବା ସ୍ଥାନ ସମେତ ହକି ଷ୍ଟାଡିୟମ୍‌ରେ ଖେଳାଳିଙ୍କ ସୁବିଧା, ଜିମ୍ନାସିୟମ୍ ଓ ବିଶିଷ୍ଟ ବ୍ୟକ୍ତିଙ୍କ ବସିବା ପାଇଁ ବ୍ୟବସ୍ଥା କରାୟାଇଛି । ଏଠାରେ ୧୦୦୦ ଆସନ ବିଶିଷ୍ଟ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍ ସହିତ ବିଡବ୍ଲ୍ୟୁଏଫ୍ ଷ୍ଟାଣ୍ଡାର୍ଡ ବ୍ୟାଡ୍‌ମିଣ୍ଟନ୍ କୋର୍ଟର ଏକ ଏରିନା ମଧ୍ୟ ରହିବ । ଯେଉଁଥିରେ ଭଲିବଲ, ବାସ୍କେଟ୍‌ବଲ୍‌, ଖୋ ଖୋ ଏବଂ ଟେବଲ୍ ଟେନିସ୍ ସମେତ ଯୁଦ୍ଧକ୍ରୀଡ଼ା ଭଳି ବିଭିନ୍ନ ଇନ୍‌ଡୋର କ୍ରୀଡ଼ାର ସୁବିଧା ରହିବ । ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମରେ ଫିଟ୍‌ନେସ୍ ସେଣ୍ଟର, ସ୍ୱତନ୍ତ୍ର ଭାରୋତ୍ତୋଳନ ହଲ୍‌, ଅଫିସ୍‌, କୋଚ୍ ରୁମ୍ ଓ ମେଡିକାଲ୍ ରୁମ୍ ରହିବ । ଏଥିରେ ଆଞ୍ଚଳିକ ସ୍ତରର ପ୍ରତିୟୋଗିତା ଆୟୋଜନ ପାଇଁ ବ୍ୟବସ୍ଥା କରାଯିବ । ଏହି ପ୍ରକଳ୍ପରେ ଓଡ଼ିଶା ସରକାର ୭୦ କୋଟି ଟଙ୍କା ବିନିଯୋଗ କରିବେ । ସମ୍ବଲପୁର ଫୁଟ୍‌ବଲ୍ ଏକାଡେମୀରେ ଫ୍ଲଡ୍‌ଲାଇଟ୍ ବ୍ୟବସ୍ଥା ସହିତ ଫିଫା ଆକାରର ପ୍ରାକୃତିକ ଟର୍ଫ, ୧୦୦୦ ଦର୍ଶକଙ୍କ ପାଇଁ ଗ୍ୟାଲେରୀ ସହ ସୁବିଧାଜନକ କୋଠା ନିର୍ମାଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking