25.1 C
Bhubaneswar
Saturday, December 6, 2025
Homeଓଡିଶାପୁରୀରେ ୧୨ ନକଲି ସେବାୟତ ଗିରଫ

ପୁରୀରେ ୧୨ ନକଲି ସେବାୟତ ଗିରଫ

ପୁରୀ: ପୁରୀରେ ୧୨ ଜଣ ନକଲି ସେବାୟତ ଗିରଫ । ସିଂହଦ୍ୱାର ଥାନା ପୋଲିସ ଏବଂ ଟାଉନ ଥାନା ପୋଲିସ  ମିଳିତ ଭାବରେ ଚଢାଉ କରି ନକଲି ଗୁମାସ୍ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।  ପୁରୀ ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ  ସୂଚନା ପାଇଥିଲା । ଏବଂ ପରେ ଆରମ୍ଭ କରିଥିଲା ଅପରେସନ ।  ଅସାମାଜିକ ବ୍ୟକ୍ତି ଏବଂ ଗୁଣ୍ଡା  ମାନେ ନିଜକୁ ମନ୍ଦିରର ଗୁମାସ୍ତାର ପରିଚୟ ଦେଇ ପୁରୀକୁ ଦର୍ଶନ ପାଇଁ ଆସି ଭକ୍ତଙ୍କ ଠାରୁ ବେଆଇନ ଭାବରେ ଟଙ୍କା ଆଦାୟ କରିଥିବାର ଅଭିଯୋଗ ହୋଇଥିଲା ।  ନିୟମିତ ଭାବେ ବଡଦାଣ୍ଡ ଏବଂ ପରିକ୍ରମା ରାସ୍ତାରେ  ଏକତ୍ରିତ ହୋଇ ଭକ୍ତମାନଙ୍କୁ  ବିଶେଶକରି ଅଣଓଡିଆ ମାନଙ୍କୁ ଟାର୍ଗେଟ କରୁଥିବାର  । ଏବଂ ପାରମ୍ପାରିକ ପୋଷାକ ପିନ୍ଧି ଶ୍ରୀଜଗନାଥ ମନ୍ଦିରର ସେବାୟତ ମାନଙ୍କର  ପରିଚୟ ଦେଇଥବା ଜଣାପଡିଥିଲା । ଏହି ଖବର ଜଣାପଡିବା ପରେ ପୁରୀ ଏସପି  ଏମାନଙ୍କୁ ଧରିବା ପାଇଁ  ସ୍ୱତନ୍ତ୍ର ଟିମର ଗଠନ କରିଥିଲେ ।  ଦୁଇ ଦିନ ଧରି  ଏହି ସ୍ୱତନ୍ତ୍ର ପୋଲିସ ଟିମ ବ୍ୟକ୍ତିମାନଙ୍କ କାଯ୍ୟ କଳାପ ଉପରେ ନଜର ରଖିବା ପରେ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୪ଟି ମୋବାଇଲ ଫୋନ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking