ଭୁବନେଶ୍ୱର : ଗଞ୍ଜାମ ଫେରିଲେ ସୁରଟରେ ଫସିଥିବା ପ୍ରବାସୀ ଓଡ଼ିଆ । ୪ଟି ବସ୍ରେ ୨୧୭ ଜଣ ପ୍ରବାସୀ ସୁରଟରୁ ଫେରିଛନ୍ତି । ସୁରଟରୁ ବସ୍ ଯୋଗେ ଆସିଥିବା ପ୍ରବାସୀ ଓଡିଆମାନଙ୍କୁ ଗଞ୍ଜାମ ଜିଲ୍ଲାର ଧରାକୋଟ ଓ ଶେରଗଡର ୨ଟି ଶିକ୍ଷାନୁଷ୍ଠାନରେ ସଂଗରୋଧରେ ରଖାଯାଇଛି। ସେମାନଙ୍କ ନାଁ ପଞ୍ଜିକରଣ କରାଯାଇ ସେମାନଙ୍କୁ ଭିତରକୁ ପ୍ରବେଶ କରାଯାଇଥିଲା। ଏହା ପରେ ବସ୍ ଓ ସେହି ସ୍ଥାନକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନୀକରଣ କରାଯାଇଥିଲା।ସମସ୍ତ ପ୍ରବାସୀ ଓଡିଆଙ୍କର ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କ୍ୱାରେଣ୍ଟାଇନ୍ ସେଣ୍ଟର ନିକଟକୁ ନଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ ଦିଆଯାଇଛି। ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
https://onakhabar.com/2020/04/29/odias-returned-from-gujurat-to-home-by-4-buses/