18.1 C
Bhubaneswar
Saturday, November 23, 2024
Homeଖେଳଆଇପିଏଲ୍ ନିଲାମୀରେ ୧୧୬୬ ଖେଳାଳିଙ୍କ ପଞ୍ଜୀକରଣ; ଭାରତରୁ ୮୩୦: ସାମିଲ ହେଲେନି ଆର୍ଚର

ଆଇପିଏଲ୍ ନିଲାମୀରେ ୧୧୬୬ ଖେଳାଳିଙ୍କ ପଞ୍ଜୀକରଣ; ଭାରତରୁ ୮୩୦: ସାମିଲ ହେଲେନି ଆର୍ଚର

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ନିଲାମ ପାଇଁ କେତେକ ବଡ଼ ବଡ଼ ନାମ ପଞ୍ଜିକରଣ କରିଥିଲେ ମଧ୍ୟ ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରିଲିଜ୍ ହୋଇଥିବା ଜୋଫ୍ରା ଆର୍ଚରଙ୍କ ନାମ ପଞ୍ଜିକରଣ ହୋଇନାହିଁ । ଶୁକ୍ରବାର ଆଇପିଏଲ୍ ଫ୍ରାଞ୍ଚାଇଜ ଗୁଡ଼ିକ ସହ ସେୟାର୍ କରାଯାଇଥିବା ଏହି ରେଜିଷ୍ଟରରେ ମୋଟ୍ ୧,୧୬୬ ଜଣ ଖେଳାଳି ରହିଛନ୍ତି । ଆସନ୍ତା ୧୯ ତାରିଖରେ ଦୁବାଇରେ ଏହି ନିଲାମୀ ଅନୁଷ୍ଠିତ ହେବ । ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ, ଟ୍ରାଭିସ୍ ହେଡ୍‌, ଡାରିଲ୍ ମିଚେଲ୍ ଓ ରଚିନ ରବୀନ୍ଦ୍ରଙ୍କ ଭଳି ବିଶ୍ୱସ୍ତରୀୟ ଖେଳାଳି ଏହି ୧୦ ଦଳୀୟ ଲିଗରେ ଫ୍ରାଞ୍ଚାଇଜ୍ ଖୋଜୁଛନ୍ତି । ଜୋଶ ହାଜେଲଉଡ୍ ମଧ୍ୟ ନିଜ ନାମ ଦାଖଲ କରିଛନ୍ତି । କିନ୍ତୁ ୱାନିନ୍ଦୁ ହସରଙ୍ଗା ନାହାନ୍ତି ।

୧,୧୬୬ ଖେଳାଳିଙ୍କ ମଧ୍ୟରେ ୮୩୦ ଜଣ ଭାରତୀୟ ଖେଳାଳି ଥିବା ବେଳେ ୩୩୬ ଜଣ ବିଦେଶୀ ଖେଳାଳି ରହିଛନ୍ତି । ଏହି ତାଲିକାରେ ୨୧୨ ଅନ୍ତର୍ଜାତୀୟ ଖେଳାଳି, ୯୦୯ ଅନକ୍ୟାପ୍ ଏବଂ ୪୫ ଆସୋସିଏଟ୍ ଖେଳାଳିଙ୍କୁ ସାମିଲ କରାଯାଇଛି । ୮୩୦ ଜଣ ଭାରତୀୟଙ୍କ ମଧ୍ୟରୁ ୧୮ ଜଣ ଅର୍ନ୍ତଜାତୀୟ ଖେଳାଳି ରହିଛନ୍ତି । ଏମାନଙ୍କ ମଧ୍ୟରେ ବରୁଣ ଆରୋନ, କେଏସ୍ ଭରତ, କେଦାର ଯାଦବ, ସିଦ୍ଧାର୍ଥ କୌଲ, ଧବଲ କୁଲକର୍ଣ୍ଣି, ଶିବମ୍ ମାଭି, ଶାହାବାଜ ନଦୀମ, କରୁଣ ନାୟାର, ମନୀଷ ପାଣ୍ଡେ, ହର୍ଷଲ ପଟେଲ, ଚେତନ ସକାରିଆ, ମନଦୀପ ସିଂହ, ୱରିନ୍ଦର ସରନ୍‌, ଶାର୍ଦ୍ଦୁଲ ଠାକୁର, ଜୟଦେବ ଉନାଦକତ, ହନୁମା ବିହାରୀ, ସନ୍ଦୀପ ୱାରିୟର ଓ ଉମେଶ ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।

ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଆର୍ଚର କାହିଁକି ନିଲାମ ପାଇଁ ତାଙ୍କ ନାମ ଦେଇନାହାନ୍ତି ସେ ନେଇ କୌଣସି ପ୍ରତିକ୍ରିୟା ଦେଇନହିଁ । ବିଶ୍ୱକପ୍ ଖେଳାଳି ଆଦିଲ ରସିଦ୍‌, ହ୍ୟାରୀ ବ୍ରୁକ୍‌, ଡାଭିଡ୍ ମଲାନ୍‌ଙ୍କ ସମେତ ଅନେକ ଇଂଲଣ୍ଡ ଖେଳାଳି ଅଛନ୍ତି । ଅଷ୍ଟ୍ରେଲୀୟ ଖେଳାଳିଙ୍କ ମଧ୍ୟରେ ହାଜେଲଉଡ୍‌, ହେଡ୍‌, ଷ୍ଟାର୍କ, କମିନ୍ସ, ସେନ୍ ଆବଟ୍‌, ଜୋଶ ଇଙ୍ଗଲିସ ଓ ଷ୍ଟିଭେନ୍ ସ୍ମିଥ୍ ସର୍ବାଧିକ ୨ କୋଟି ଟଙ୍କାରେ ରହିଛନ୍ତି ।

ମହମ୍ମଦ ସୋରିଫୁଲ ଇସଲାମ, ହାସନ୍ ମହମ୍ମଦ, ମେହେଦି ମିରାଜ, ମୁସ୍ତାଫିଜୁର ରେହମାନ, ମହମ୍ମଦୁଲ୍ଲା ଓ ତସ୍କିନ ଅହମ୍ମଦ ବାଂଲାଦେଶର । କେବଳ ମୁସ୍ତାଫିଜୁରଙ୍କ ଦର ୨ କୋଟି ଟଙ୍କା ରହିଛି । ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌, ଆୟର୍ଲାଣ୍ଡ୍‌, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ୍‌, ଆଫଗାନିସ୍ତାନ, ଜିମ୍ବାୱେ, ନାମ୍ବିଆ, ନେପାଳ, ନେଦରଲାଣ୍ଡ୍‌, ସ୍କଟଲାଣ୍ଡ୍‌, ୟୁଏଇ ଓ ଆମେରିକାର ଖେଳାଳି ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking