ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ୧୧୦୦୬ ନର୍ସିଂ ଅଫିସର ପଦବୀ ସୃଷ୍ଟି ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଦିରେ ନିଯୁକ୍ତି ପାଇବେ । ସମସ୍ତ ପଦବୀ ୨ଟି ପର୍ଯ୍ୟାୟରେ ପୂରଣ କରାଯିବା ନେଇ ସିଏମଓରୁ ସୂଚନା ମିଳିଛି । ନୂତନ ପଦବୀ ଗୁଡିକ ମଧ୍ୟରୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ୮୭୪ଟି ପଦବୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ୫୪୦୦ଟି ଏବଂ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ଗୁଡିକରେ ୨୬୫୯ଟି ପଦବୀ ସୃଷ୍ଟି କରାଯାଇଛି । ଏହିପରି ଜିଲ୍ଲାସ୍ତରରେ ସମୁଦାୟ ୮୯୩୩ଟି ପଦବୀ ସୃଷ୍ଟି କରାଯାଇଛି । ଏହାବ୍ୟତୀତ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ହସପିଟାଲ ଗୁଡିକରେ ମଧ୍ୟ ୨୦୭୩ଟି ପଦବୀ ସୃଷ୍ଟି କରାଯାଇଛି ।