33.1 C
Bhubaneswar
Saturday, October 5, 2024
Homeଅପରାଧଶୌଚାଳୟରେ ୧୧ ବର୍ଷର ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଶୌଚାଳୟରେ ୧୧ ବର୍ଷର ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଦିଲ୍ଲୀର ଏକ କେନ୍ଦ୍ରୀୟ ବିଦ୍ୟାଳୟରେ ଲଜ୍ଜାଜନକ ଘଟଣା । ଜଣେ ୧୧ ବର୍ଷର ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ ବିଦ୍ୟାଳୟ ପରିସରରେ ହୋଇଥିବା ଗଣଦୁଷ୍କର୍ମ ସମ୍ପର୍କରେ ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରିନ୍‌ସପାଲଙ୍କୁ ନୋଟିସ ଜାରି କରିଛନ୍ତି । ନୋଟିସ୍‌ରେ କୁହାଯାଇଛି ଯେ ୧୧ ବର୍ଷର ଛାତ୍ରୀ ଅଭିଯୋଗ କରିଛନ୍ତି ଯେ ଚଳିତବର୍ଷ  ଜୁଲାଇରେ ଏହି ଘଟଣା ଘଟିଛି । ସେ ନିଜ ଶ୍ରେଣୀକୁ ଯାଉଥିବା ସମୟରେ ବିଦ୍ୟାଳୟର ଦୁଇ ଛାତ୍ରଙ୍କ ସହ ଧକ୍କା ହୋଇଥିଲେ । ଏମାନେ ବିଦ୍ୟାଳୟର ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀର ଛାତ୍ର ଥିଲେ ।

ସେ କହିଛନ୍ତି ଯେ ସେ ଛାତ୍ରମାନଙ୍କୁ ଏଥିପାଇଁ କ୍ଷମା ମାଗିଥିଲେ, କିନ୍ତୁ ସେମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଜୋର୍ ଜବରଦସ୍ତ ଶୌଚାଳୟ ଭିତରକୁ ନେଇଯାଇଥିଲେ । ସେ ଅଭିଯୋଗ କରିଛନ୍ତି ଯେ ପୁଅମାନେ ଶୌଚାଳୟର ଭିତର ପଟୁ କବାଟ ବନ୍ଦ କରି ତାଙ୍କୁ ବଳାତ୍କାର କରିଥିଲେ । ଆଉ ଯେତେବେଳେ ସେ ଏହି ଘଟଣା ବିଷୟରେ ଜଣେ ଶିକ୍ଷକଙ୍କୁ ସୂଚନା ଦେଇଥିଲେ ସେତେବେଳେ ତାଙ୍କୁ କୁହାଯାଇଥିଲା ଯେ ଛାତ୍ରମାନଙ୍କୁ ବିଦ୍ୟାଳୟରୁ ବରଖାସ୍ତ କରାଯାଇଛି ଏବଂ ମାମଲାକୁ ରଫାଦଫା କରାଯାଇଛି ।

ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ ଏହି ଘଟଣାରେ ନିଆଯାଇଥିବା କାର୍ଯ୍ୟ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି । ଏହି ମାମଲାରେ ପ୍ରସ୍ତୁତ ଏଫଆଇଆର କପି ଏବଂ ଗିରଫ ସମ୍ପର୍କରେ ସୂଚନା ଦେବାକୁ ଆୟୋଗ ଦିଲ୍ଲୀ ପୋଲିସକୁ କହିଛନ୍ତି । ଦିଲ୍ଲୀ ପୋଲିସକୁ ଖବର ନଦେବା ଅଭିଯୋଗରେ ବିଦ୍ୟାଳୟ ଶିକ୍ଷକ କିମ୍ବା ଅନ୍ୟ କର୍ମଚାରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେବାକୁ କମିଶନ ଦିଲ୍ଲୀ ପୋଲିସ ଏବଂ ବିଦ୍ୟାଳୟକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking