28.1 C
Bhubaneswar
Tuesday, July 2, 2024
Homeଓଡିଶାଖୋଲିବ ଆଉ ୧୧ କର୍କଟ ଚିକିତ୍ସା କେନ୍ଦ୍ର

ଖୋଲିବ ଆଉ ୧୧ କର୍କଟ ଚିକିତ୍ସା କେନ୍ଦ୍ର

ଭୁବନେଶ୍ବର : କେବଳ ରାଜ୍ୟ ନୁହେଁ ସାରା ଦେଶରେ କର୍କଟ ମାରାତ୍ମକ ସାଜିଛି। ହୃଦ୍‌ରୋଗ ଓ ଦୁର୍ଘଟଣା ପରେ ଏବେ କର୍କଟ ପ୍ରମୁଖ ରୋଗ ଭାବେ ଉଭା ହୋଇଛି। ଓଡ଼ିଶାରେ ବର୍ଷକୁ ପ୍ରାୟ ୪୦ ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ୧୮ ହଜାର ପ୍ରାଣ ହରାଉଛନ୍ତି। ପୂର୍ବରୁ ମୁଖ ଗହ୍ବର କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏବେ ମହିଳାଙ୍କୁ ସ୍ତନ କର୍କଟ ଗ୍ରାସୁଛି। ଏହାସହିତ ଜରାୟୁ କର୍କଟ ମଧ୍ୟ ଭୟ ସୃଷ୍ଟି କରୁଛି। ରାଜ୍ୟରେ ଯଦିଓ ଚିକିତ୍ସା ପ୍ରାଣାଳୀରେ ସୁଧାର ଆସିଛି ତଥାପି କର୍କଟ ଚିକିତ୍ସା କେନ୍ଦ୍ର, ଭିତ୍ତିଭୂମି ଏବଂ ଡାକ୍ତରଙ୍କ ସଂଖ୍ୟା ଅଭାବ ରହିଛି। ଅନ୍ୟପକ୍ଷରେ ଏବେ ଇମ୍ୟୁନୋଥେରାପି କର୍କଟ ଚିକିତ୍ସାରେ ବରଦାନ ସାଜିଛି। ଏହାସହିତ ଖୁବ୍‌ଶୀଘ୍ର ରାଜ୍ୟର ବିଭିନ୍ନ ଜିଲାରେ ୧୧ଟି କର୍କଟ କେନ୍ଦ୍ର ସ୍ବୟଂସମ୍ପୂର୍ଣ୍ଣଭାବେ କାର୍ଯ୍ୟ କରିବ। ଶେଷ ପର୍ଯ୍ୟାୟରେ କାର୍ଯ୍ୟ ରହିଥିବାବେଳେ ଏଠାରେ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦିଆଯିବ। ବିଷେଶ କରି ଲିନାକ ରେଡିଓଥେରାପିରୁ ଆରମ୍ଭ କରି ହିଷ୍ଟୋପାଥି, କେମୋଥେରାପି, ପେଟ୍‌ ସିଟି ସ୍କାନ ଯୋଗାଇ ଦିଆଯିବ। ଏହାବ୍ୟତୀତ ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର, ଝାରସୁଗୁଡା କ୍ୟାନସର ହସ୍ପିଟାଲ ଏବଂ ନାଇଜରରେ ଟାଟା ମେମୋରିଆଲ କେନ୍ଦ୍ର ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।

ପ୍ରାଥମିକ ପର୍ଯ୍ୟାୟରେ(‌େ‌ଷ୍ଟଜ୍‌-୧) ବର୍ତ୍ତମାନ ୮୫ ପ୍ରତିଶତ କର୍କଟ ରୋଗମୁକ୍ତ ହେଉଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ (ଷ୍ଟେଜ୍‌-୨)୭୫ ପ୍ରତିଶତ ଓ ତୃତୀୟ ପର୍ଯ୍ୟାୟରେ (‌େ‌ଷ୍ଟଜ୍‌-୩)୬୦ ପ୍ରତିଶତ ରୋଗମୁକ୍ତ ହୋଇପାରୁଛନ୍ତି। ଶେଷ ପର୍ଯ୍ୟାୟ ଅର୍ଥାତ ଚତୁର୍ଥ ଷ୍ଟେଜ୍‌ରେ ୪୦ ପ୍ରତିଶତ ରୋଗୀ ଅଧିକ କିଛି ଦିନ ବଞ୍ଚିଯାଉଥିବା ବିବରଣୀରୁ ଜଣାପଡ଼ିଛି। ବିଶେଷକରି ଗ୍ରାମାଞ୍ଚଳରେ କର୍କଟ ରୋଗୀଙ୍କ ସଂଖ୍ୟା ସହରାଞ୍ଚଳ ଅପେକ୍ଷା ଅଧିକ ରହିଛି। ସ୍ତନ କର୍କଟ ସଂଖ୍ୟା ୨୮.୯୪ ପ୍ରତିଶତ ଥିବାବେଳେ ଜରାୟୁ ୧୬.୧୧ ଏବଂ ମୁଖ ଗହ୍ବର ୧୬.୯୩ ପ୍ରତିଶତ ରହିଛି। ଏଥିରେ ରୋକ ଲଗାଇବା ପାଇଁ ସଚେତନତା ଲୋଡ଼ା ବୋଲି ବିଶେଷଜ୍ଞ କହିଛନ୍ତି। ଏବେ ରେଡିଓ ଥେରାପି, ‌େ‌କମୋ ଥେରାପି ପ‌େ‌ର ଇମ୍ୟୁନୋ ଥେରାପି ଦିଆଯାଉଛି। ଯାହାକି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଉପଲବ୍ଧ ହୋଇଛି। ଏହି ପଦ୍ଧତି ବ୍ୟୟବହୁଳ ଥିବାବେଳେ ଏପର୍ଯ୍ୟନ୍ତ ଅନେକ ରୋଗୀଙ୍କୁ ଥେରାପି ଦିଆଯାଇଛି। ଏହି ପଦ୍ଧତିରେ ଦୁଇ କର୍କଟ ରୋଗୀ ସମ୍ପୂର୍ଣ୍ଣ ରୋଗ ମୁକ୍ତ ହୋଇପାରିଛନ୍ତି।

ଏମ୍ସ, ଆଚାର୍ଯ୍ୟ ହରିହର, ବୁର୍ଲା, ବ୍ରହ୍ମପୁର, କ୍ୟାପିଟାଲ ହସ୍ପିଟାଲ ବ୍ୟତୀତ ଅନେକ ଘରୋଇ ଚିକିତ୍ସାଳୟରେ କର୍କଟ ଚିକିତ୍ସା କରାଯାଉଛି। କିନ୍ତୁ ଆଚାର୍ଯ୍ୟ ହରିହର ଏବଂ ଏମ୍ସ ବ୍ୟତୀତ ଅନ୍ୟ ତିନିଟି ସ୍ଥାନରେ ଭିତ୍ତିଭୂମି ଏବଂ ଡାକ୍ତରଙ୍କ ଅଭାବ ରହିଛି। ଏହା ସହିତ ଆଧୁନିକ ଯନ୍ତ୍ରପାତି ମଧ୍ୟ ନାହିଁ। ଖୋଲିବାକୁ ଥିବା ୧୧ କର୍କଟ କେନ୍ଦ୍ର ମଧ୍ୟରେ ବରଗଡ ଜିଲା ମୁଖ୍ୟ ଚିକିତ୍ସାଳୟ ସହିତ ବୁର୍ଲା ଭିମସାର, ଏମକେସିଜି ବ୍ରହ୍ମପୁରରେ ୧୦୦ ଲେଖାଏଁ ଶଯ୍ୟା ଉପଲବ୍ଧ ହେବ। ଏହାଛଡା କୋରାପୁଟ ଏସଏଲଏନ ଏମସିଏଚ, ଭବାନିପାଟଣା ସରକାରୀ ଭେଷଜ ମହାବିଦ୍ୟାଳୟ, ବଲାଙ୍ଗୀର ବିବି ଏମ୍‌ସିଏଚ, ବାରିପଦା, ବାଲେଶ୍ବର, ତାଳଚେର ଭେଷଜ ମହାବିଦ୍ୟାଳୟ କେନ୍ଦ୍ରରେ ୫୦ ଲେଖାଏଁ ଶଯ୍ୟା ରହିବ। ଏହାସହିତ କେନ୍ଦୁଝର ଭେଷଜ ମହାବିଦ୍ୟାଳୟରେ ୭୨ ଏବଂ କ୍ୟାପିଟାଲ ହସ୍ପିଟାଲରେ ୬୦ ଶଯ୍ୟ‌ା ରହିବ। ସେହିପରି ବାଗଚୀ ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରରେ ୭୫୦ ଶଯ୍ୟା, ଝାରସୁଗୁଡା କ୍ୟାନସର ହସ୍ପିଟାଲରେ ୧୧୦ ଶଯ୍ୟା ଏବଂ ନାଇଜରରେ ଟାଟା ମେମୋରିଆଲ କେନ୍ଦ୍ରରେ ୨୫୦ ଶଯ୍ୟା ରହିବ। ଯାହାକି ଆସନ୍ତା ୨ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ। ପଣ୍ଡା କ୍ୟାନସର କେୟାରର ଡା. କୃପାସିନ୍ଧୁ ପଣ୍ଡା କହିଛନ୍ତି ମୁଖ ଗହ୍ବର କର୍କଟର ମୁଖ୍ୟ କାରଣ ହେଉଛି ତମାଖୁ ସେବନ। ସିଙ୍ଗାପୁର, ନ୍ୟୁଜିଲାଣ୍ଡ ଭଳି ଦେଶରେ ତମାଖୁ ସମ୍ପୂର୍ଣ୍ଣ ବନ୍ଦ ହେବା ଆବଶ୍ୟକ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking