28.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶନକ୍ସଲ ଆକ୍ରମଣରେ ୧୧ ଯବାନ ସହିଦ

ନକ୍ସଲ ଆକ୍ରମଣରେ ୧୧ ଯବାନ ସହିଦ

ଛତିଶଗଡ: ଛତିଶଗଡ ଦନ୍ତୋୱାଡାରେ ବଡ ଧରଣର ନକ୍ସଲ ହମଲା ହୋଇଛି । ଆଇଇଡି ବିସ୍ଫାରଣରେ ୧୧ ଯବାନ ସହିଦ ହୋଇଥିବା ସୂଚନା । ଆଇଇଡି ବିସ୍ଫୋରଣ କରି ଯବାନଙ୍କ ଗାଡି ଉଡାଇଲେ ନକ୍ସଲ । ଅପରେସନରେ ଯାଉଥିବା ଯବାନଙ୍କୁ ଆମ୍ବଓ ଲଗାଇ ହମଲା ହୋଇଛି । ଡିଆରଜି ଯବାନଙ୍କ ନକ୍ସଲ ବିରୋଧୀ ଅପରେସନ ବେଳେ ହମଲା ହୋଇଥିବା ସୂଚନା । ଏଥିମଧ୍ୟରୁ ଆକ୍ରମଣରେ କିଛି ଯବାନ ଆହତ ହୋଇଥିବା ସୂଚନା । ଦନ୍ତେୱାଡାର ଅରନପୁରରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଫୋର୍ସକୁ ନେଇ ଯାଉଥିବା ଏକ ଗାଡି ଉପରକୁ ମାଓବାଦୀମାନେ ଆଇଡି ଦ୍ବାରା ଆକ୍ରମଣ କରିଥିଲେ।

ହଠାତ ଏହି ଦୁର୍ଘଟଣା ଘଟିବାରୁ ଗାଡ଼ିରେ ଥିବା ୧୦ଜଣ ଡିଆରଜି ଯବାନ ଏବଂ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। ଏହି ଆକ୍ରମଣକୁ ନେଇ ଶୋକ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି ଯେ ମାଓବାଦୀମାନେ ଏଭଳି ଆକ୍ରମଣ କରି ବଞ୍ଚିଯାଇ ପାରିବେ ନାହିଁ। ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ମାଓବାଦୀମାନଙ୍କ ବିରୋଧରେ ଆମର ସଂଗ୍ରାମ ଶେଷ ପର୍ଯ୍ୟାୟରେ ଅଛି। ଯୋଜନାବଦ୍ଧ ଢ଼ଙ୍ଗରେ ମାଓବାଦୀମାନଙ୍କ ମୂଳପୋଛ ହେବ। କୁହାଯାଉଛି ଯେ, ଏହି ଆକ୍ରମଣ ପରେ ଏବେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking