28.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶଟ୍ୟୁନିସିଆରେ ନୌକା ବୁଡ଼ି ୧୧ ମୃତ, ୧୨ ନିଖୋଜ

ଟ୍ୟୁନିସିଆରେ ନୌକା ବୁଡ଼ି ୧୧ ମୃତ, ୧୨ ନିଖୋଜ

ଟ୍ୟୁନିସିଆ: ଟ୍ୟୁନିସିଆରେ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ନୌକା ବୁଡ଼ିଯିବାରୁ ୧୧ ଜଣଙ୍କ ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି। ଏଥିରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ନୌକାଟି ଟ୍ୟୁନିସିଆର ସ୍କ୍ୱ୍ୱାସ୍‍ ଅଞ୍ଚଳରୁ ଇଟାଲିକୁ ଯାତ୍ରା କରୁଥିଲା। ତେବେ ଭୂମଧ୍ୟସାଗର ପାରି ହେଉଥିବା ବେଳେ ନୌକାଟି ବୁଡ଼ିଯାଇଥିବା ସେଠାକାର ସମ୍ବାଦ ସରବରାହ ସଂସ୍ଥା ଟ୍ୟାପ୍‍ ଜଣାଇଛି।

ତଟରକ୍ଷୀ ବାହିନୀ ଏବଂ ନୌସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ୧୧ଟି ମୃତଦେହ ଉଦ୍ଧାର କରାଯାଇଛି। ସେହି ନୌକାରେ ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ। ନୌକାରେ ଥିବା ୩୭ ଜଣଙ୍କ ମଧ୍ୟରୁ ୧୪ ଜଣଙ୍କୁ ତଟରକ୍ଷୀ ବାହିନୀ ଉଦ୍ଧାର କରିଥିବା ବେଳେ ୧୨ ଜଣ ନିଖୋଜ ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking