26.1 C
Bhubaneswar
Wednesday, February 11, 2026
Homeଓଡିଶାଜୁନ୍‌ ୩୦ରୁ ଦଶମ ସପ୍ଲିମେଣ୍ଟାରୀ

ଜୁନ୍‌ ୩୦ରୁ ଦଶମ ସପ୍ଲିମେଣ୍ଟାରୀ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁନ୍‌ ୩୦ ତାରିଖରୁ ଆରମ୍ଭ ହେବ। ୩୨୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିବାବେଳେ ସେମାନଙ୍କ ନିମନ୍ତେ ୯୮ଟି କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଚଳିତ ବାର୍ଷିକ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଏବଂ ପରୀକ୍ଷା ଦେଇପାରିନଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଦେବେ। ଅନ୍ୟପକ୍ଷରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ନିମନ୍ତେ ୧୦୩ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ରହିଛି। ପ୍ରାୟ ୧୦ ହଜାର ୮୦୯ ପରୀକ୍ଷାର୍ଥୀ ଉକ୍ତ ପରୀକ୍ଷା ଦେବେ। ଉଭୟ ପରୀକ୍ଷା ପାଇଁ ବୋର୍ଡ ୱେବସାଇଟ୍‌ରେ ପ୍ରବେଶ ପତ୍ର ଉପଲବ୍ଧ ଥିବା ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking