ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ରବିବାର (ଏପ୍ରିଲ ୩୦) ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ତେବେ ଏହା ଶହେତମ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ହୋଇଥିବାରୁ ଏହାକୁ ସ୍ମରଣୀୟ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଡାକଟିକଟ ଓ ମୁଦ୍ରା ପ୍ରଚଳନ କରାଯାଇଛି । ବୁଧବାର କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏହି ଡାକଟିକଟ ଓ ୧୦୦ ଟଙ୍କିଆ ମୁଦ୍ରାକୁ ଉନ୍ମୋଚିତ କରିଛନ୍ତି ।
ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତେବେ ଦେଶରେ ପ୍ରଚଳିତ ମୁଦ୍ରା ତୁଳନାରେ ଏହି ମୁଦ୍ରା ଭିନ୍ନ ବୋଲି କୁହାଯାଇଛି । ୪୪ ମିଲିମିଟର ଚଉଡା ଏହି ମୁଦ୍ରାରେ ଚାରିପ୍ରକାର ଧାତୁ ବ୍ୟବହାର କରାଯାଇଛି । ଅପରପାଶ୍ୱର୍ରେ ମନ୍ କୀ ବାତ୍ ୧୦୦ତମ ସଂସ୍କରଣ ଲୋଗୋ ସ୍ଥାନିତ କରାଯାଇଛି ।