ଭୁବନେଶ୍ୱର: ରାଜ୍ୟର ୩୨ଟି ନିଗମରେ ଖାଲିପଡିଛି ୧୦ ହଜାର ୨୬୪ ପଦବୀ । ଏନେଇ ବିଧାନସଭାରେ ସରକାରୀ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଓଡିଶା କୃଷି ଶିଳ୍ପ ନିଗମରେ ୨୮୮, ଓଡିଶା ବିହନ ନିଗମରେ ୧୦୩ ପଦ ଖାଲି ପଡିଛି । ଓଡିଶା ଖଣି ନିଗମରେ ୧୧୬୩, ନିର୍ମାଣ ନିଗମରେ ୪୮୩ ପଦବୀ ଖାଲି ରହିଛି । ଜଳ ବିଦ୍ୟୁତ ନିଗମରେ ୧୧୧୨, ଶକ୍ତି ସଂଚାରଣ ନିଗମରେ ୩୨୬୧ ଖାଲି ପଡିଛି । କ୍ଷୁଦ୍ର ଶିଳ୍ପ ନିଗମରେ ୨୦୫, ଉଠା ଜଳସେଚନ ନିଗମରେ ୧୧୫୦ ଖାଲି ରହିଛି । ପଣ୍ୟଗାର ନିଗମରେ ୩୪୯, ସଡକ ପରିବହନ ନିଗମରେ ୩୬୧ ଖାଲି ରହିଛି । ୱାଟକୋରେ ୬୫, ଶିଳ୍ପ ଭିତ୍ତିଭୁମି ଉନ୍ନୟନ ନିଗମରେ ୧୧୭ ପଦ ଖାଲି ରହିଛି ।










