ହରିୟାଣା : ଦେଶରେ ଦ୍ରୁତ ଗତିରେ ବଢ଼ିଚାଲିଛି କୋଭିଡ୍ ସଂକ୍ରମଣ । ତାଉପରେ ପୁଣି ନୂତନ ଭାରିଆଣ୍ଟ ଓମିକ୍ରନ ସାରା ଦେଶର ଚିନ୍ତାକୁ ଦୁଇଗୁଣ କରିଦେଇଛି । ଏପରି ପରିସ୍ଥିତିରେ ବାରମ୍ବାର କେନ୍ଦ୍ର ସରକାର ଓ ରାଜ୍ୟ ସରକାର କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦେଉଛନ୍ତି । ତେବେ ଏହା ମଧ୍ୟରେ ପଟିଆଲା ମେଡିକାଲ କଲେଜର ଏକାବେଳକେ ୧୦୦ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ କ୍ୟାବିନେଟ୍ ମନ୍ତ୍ରୀ ରାଜ୍ କୁମାର ଭର୍କା ସୂଚନା ଦେଇଛନ୍ତି । ଏତେ ସଂଖ୍ୟକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବାପରେ କଲେଜ୍ ହଷ୍ଟେଲ ଛାଡ଼ିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି ।
ଓମିକ୍ରନ୍ ସଂକ୍ରମଣ ଡେଲଟା ଭଳି ଘାତକ ନ ହେଲେ ବି ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି; ଏକଥା ବିେଦଶୀ ରାଷ୍ଟ୍ରର ପରିସଂଖ୍ୟାନ ସୂଚାଉଛି। ଏଣୁ ଓଡ଼ିଶାରେ ଯଦି ଦୈନିକ ୧୫ହଜାର ପର୍ଯ୍ୟନ୍ତ ସଂକ୍ରମିତ ହୁଅନ୍ତି ଓ ଏହାର ଏକ ପ୍ରତିଶତ ଲୋକଙ୍କର ଜରୁରୀ ଚିକିତ୍ସା ଦରକାର ହେବ, ତେବେ ପ୍ରତି ୧୦ ଦିନରେ ୧୫ହଜାର ପର୍ଯ୍ୟନ୍ତ ଶଯ୍ୟାର ଆବଶ୍ୟକତା ରହିଛି। ଏହା ଯେତିକି ଅଧିକ ହେବ, ସାଧାରଣ ରୋଗୀ ଚିକିତ୍ସା ବ୍ୟବସ୍ଥା ସେତିକି ବିଗିଡିଯିବାର ମଧ୍ୟ ଭୟ ରହିଛି।