ଭୁବନେଶ୍ୱର: ସ୍କ୍ରିନ୍ ଟାଇମ୍ ବୃଦ୍ଧି ହେବା କାରଣରୁ ମାୟୋପିଆ (ସମୀପ ଦୃଷ୍ଟିଦୋଷ) ସମସ୍ୟା ଦେଖା ଦେଉଛି । ଭାରତରେ ସ୍କୁଲ ଯାଉଥିବା ପିଲାମାନଙ୍କଠାରେ ‘ଟେରା ଆଖି ‘ ସମସ୍ୟା ଦ୍ରୁତ ଗତିରେ ୨୦୨୦ଠାରୁ ବୃଦ୍ଧି ପାଇଛି । ଏହି ବିଷୟ ଡା. ଅଗ୍ରୱାଲ୍ସ ଚକ୍ଷୁ ହସ୍ପିପିଟାଲର ଶିଶୁ ରୋଗ ବିଭାଗ ରୋଗୀ ସଂଖ୍ୟାରୁ ଜଣାଯାଇଛି । ହସ୍ପିଟାଲ ତଥ୍ୟରୁ ଜଣାଯାଉଛି ଯେ ମାୟୋପିଆର ସଂଖ୍ୟାର ବୃଦ୍ଧି ୧୦୦% ବୃଦ୍ଧି ପାଇଛି । ଏହି ମହାମାରୀ ସମୟରେ ବାର୍ଷିକ ‘ଟେରା ଆଖି ‘ ସମସ୍ୟା ୫-୧୫ ବର୍ଷ ବୟସର ପିଲାଙ୍କ ମଧ୍ୟରେ ପାଞ୍ଚ ଗୁଣା ବୃଦ୍ଧି ପାଇଛି ବୋଲି ଡା. ଅଗ୍ରୱାଲ୍ସ ଚକ୍ଷୁ ହସ୍ପିପିଟାଲ ଓଡ଼ିଶାର କନ୍ସଲଟାଣ୍ଟ ଅପଥାଲ୍ମୋଲୋଜିଷ୍ଟ ଡାକ୍ତର ଚନ୍ଦ୍ର ଶେଖର ସାହୁ କହିଛନ୍ତି । ଶିଶୁଙ୍କ ପାଖରେ ମାୟୋପିଆ ଦେଖା ଦେବା ସହିତ, ଏହି ବୟସ ବର୍ଗରେ ପିଲାଙ୍କଠାରେ ଲକଡାଉନ୍ ୨୦୨୦ଠାରୁ ଏହି ସମସ୍ୟା ଦୁଇ ଗୁଣା ବୃଦ୍ଧି ପାଇଛି । ଏହା ଆନ୍ତର୍ଜାତିକ ଟ୍ରେଣ୍ଡକୁ ଦର୍ଶାଉଛି ।
ଡାକ୍ତର ଚନ୍ଦ୍ର ଶେଖର ସାହୁ କହିଛନ୍ତି ଯେ, ନିକଟରେ ମହାମାରୀ ସମୟରେ ପିଲାମାନଙ୍କଠାରେ ଆକ୍ୟୁଟ୍ ଅନସେଟ୍ କୋମିଟାଣ୍ଟ ଏସୋଟ୍ରୋପିଆ ସମସ୍ୟା ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି । ହସ୍ପିଟାଲରେ ଚକ୍ଷୁ ରୋଗ ବିଶେଷଜ୍ଞମାନେ କୋଭିଡ୍ ପୂର୍ବରୁ କେବଳ ୧ ବା ୨ ଟି କେସକୁ ଦେଖୁଥିଲେ । କିନ୍ତୁ ଆଜି ଏହି ସଂଖ୍ୟା ୧୦ରୁ ଅଧିକ ହୋଇଛି । ମାୟୋପିଆର ବୃଦ୍ଧି ଆଉ ଏକ ଚିନ୍ତାଜନକ ବିଷୟ । ଏହି ସଂଖ୍ୟା ପିଲାଙ୍କଠାରେ ୧୦୦% ବୃଦ୍ଧି ପାଇଛି । ବିପଦ କାରକ ମଧ୍ୟରୁ ପ୍ରମୁଖ ହେଉଛି ନିକଟରୁ ଦେଖିବା । ଯେଉଁଥିରେ ସାମିଲ୍ ରହିଛି କାର୍ଯ୍ୟ ଯଥା ପଢ଼ିବା ଓ ଲେଖିବା ଭଳି କାର୍ଯ୍ୟ ରହିଛି । ଚକ୍ଷୁ ମଧ୍ୟରେ ଦୂରତା ୩୩ ସେମିରୁ କମ୍ ରହିଥାଏ । ୱାର୍ଲଡ୍ ସୋସାଇଟି ଅଫ୍ ପେଡିଆଟ୍ରିକ୍ ଅପଥାଲମୋଲୋଜି ଆଣ୍ଡ ଷ୍ଟ୍ରାବିସମସ୍ (ଡବ୍ଲୁଏସପିଓଏସ୍) ଅନୁସାରେ କ୍ରମାଗତ ଭାବରେ ନିକଟରେ ବସ୍ତୁକୁ ରଖି କାର୍ଯ୍ୟ କରିବା ଦ୍ୱାରା ମାୟୋପିଆରେ ଅଧିକ ଜଟିଳତା ଦେଖାଦିଏ । ଯଦ୍ୱାରା ଆଖି ଟେରା ହେବା ଜନିତ ସମସ୍ୟା ଦେଖା ଦେଇପାରେ ।
ଲକଡାଉନ୍ ଅବଧି ସମୟରେ, ସମୀପ କାର୍ଯ୍ୟ ଗୁଡ଼ିକରେ ସାମିଲ୍ ରହିଛି କମ୍ପ୍ୟୁଟର, ମୋବାଇଲ୍ ଫୋନ୍ ବା ଟାବଲେଟ୍ ରେ ଦୀର୍ଘ ସମୟ ଧରି ବିରତି ନନେଇ କାର୍ଯ୍ୟ କରିବା । ଅଧିକ ସମୟ ପଢ଼ିବା କାରଣରୁ ସ୍କ୍ରିନ ସମୟରେ ମଧ୍ୟ ବୃଦ୍ଧି ଦେଖା ଦେଇଛି । ଏହା ଦ୍ୱାରା ଚକ୍ଷୁ ଉପରେ ଚାପ ପଡ଼ିଥାଏ ଓ ମାୟୋପିଆ ସମସ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଥାଏ । ଡାକ୍ତର ସାହୁ ପରାମର୍ଶ ଦେଇଛନ୍ତି ଯେ ଯେତେବେଳେ କି ଆମେ ଅନ୍ଲାଇନ୍ କ୍ଲାସକୁ ଏଡ଼ାଇ ପାରିବା ନାହିଁ, ଅଭିଭାବକ ତାଙ୍କର ପିଲାଙ୍କୁ ମୋବାଇଲ୍ ଫୋନ୍ ତୁଳନାରେ ଲାପଟପ୍/ ଡେସ୍କଟପକୁ ବ୍ୟବହାର କରିବାକୁ ପରାମର୍ଶ ଦେବା ଉଚିତ୍ । କାରଣ ଏହି ଡିଭାଇସ ଠାରୁ ଚକ୍ଷୁର ଦୂରତା ମୋବାଇଲ୍ ସ୍କ୍ରିନ ତୁଳନାରେ ଅଧିକ ରହିଥାଏ । ପ୍ରତି ଦିନ ଅତି କମରେ ୧ରୁ୨ ଘଣ୍ଟା ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସିବା ଉଚିତ୍ । ଯଦି ସମ୍ଭବ ହୁଏ ବାହାରେ ଖେଳିବା ଆବଶ୍ୟକ । ଏକ ସ୍ୱାସ୍ଥ୍ୟକର ତଥା ସନ୍ତୁଳିତ ଭୋଜନ ଦ୍ୱାରା ସାମଗ୍ରୀକ ବିକାଶ ହୋଇପାରିଥାଏ ।