20.1 C
Bhubaneswar
Monday, November 25, 2024
Homeଦେଶ ବିଦେଶ୧୦୦ କୋଟିର ମାନହାନି ମାମଲା; ଖଡ୍‌ଗେଙ୍କୁ ପଞ୍ଜାବ କୋର୍ଟ ପକ୍ଷରୁ ସମନ୍‌

୧୦୦ କୋଟିର ମାନହାନି ମାମଲା; ଖଡ୍‌ଗେଙ୍କୁ ପଞ୍ଜାବ କୋର୍ଟ ପକ୍ଷରୁ ସମନ୍‌

ନୂଆଦିଲ୍ଲୀ: ୧୦୦ କୋଟି ଟଙ୍କାର ଏକ ମାନହାନି ମାମଲାରେ ପଞ୍ଜାବର ଏକ କୋର୍ଟ ପକ୍ଷରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ସମନ୍ ଜାରି କରାଯାଇଛି । ସଦ୍ୟ ସମାପ୍ତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକ ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ସରକାର ଗଠନ କରିବାକୁ ଯାଉଛି । ତେବେ ନିର୍ବାଚନ ପୂର୍ବରୁ କଂଗ୍ରେସ ପକ୍ଷରୁ ଯେଉଁ ଇସ୍ତାହାର ପ୍ରକାଶ କରାଯାଇଥିଲା, ତାହାକୁ ନେଇ ଏହି ବିବାଦର ସୂତ୍ରପାତ ଘଟିଛି ।

କଂଗ୍ରେସ ତାହାର ଇସ୍ତାହାରରେ ଘୋଷଣା କରିଥିଲା ଯେ କର୍ଣ୍ଣାଟକରେ ଦଳ କ୍ଷମତାକୁ ଆସିଲେ ପିଏଫ୍‌ଆଇ ଏବଂ ବଜରଙ୍ଗ ଦଳ ଭଳି ସଂଗଠନକୁ ବ୍ୟାନ୍ କରାଯିବ । ପିଏଫ୍‌ଆଇ, ସିମି ଓ ଅଲ୍ କାଏଦା ଭଳି ବଜରଙ୍ଗ ଦଳ ମଧ୍ୟ ଦେଶରେ ସାଂପ୍ରଦାୟିକ ସଦ୍‌ଭାବନାକୁ କ୍ଷୁଣ୍ଣ କରୁଥିବାରୁ ଏହାକୁ ବ୍ୟାନ୍ କରାଯିବା ଜରୁରୀ ବୋଲି ଇସ୍ତାହାରରେ କୁହାଯାଇଥିଲା । ଏହାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ବଜରଙ୍ଗ ଦଳ ହେଉଛି ବିଶ୍ୱ ହିନ୍ଦୁ ପରିଷଦର ଯୁବ ସଂଗଠନ । ଏହି ପରିପ୍ରେକ୍ଷୀରେ ବଜରଙ୍ଗ ଦଳ ହିନ୍ଦୁସ୍ତାନ ନାମକ ସଂଗଠନର ମୁଖ୍ୟ ବୋଲାଉଥିବା ହିତେଶ ଭରଦ୍ୱାଜ ନାମକ ବ୍ୟକ୍ତି କଂଗ୍ରେସ ଦଳ ବିରୋଧରେ ପଞ୍ଜାବର ସାଙ୍ଗରୁର୍ କୋର୍ଟରେ ୧୦୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଛନ୍ତି । କୋର୍ଟ ପକ୍ଷରୁ କଂଗ୍ରେସ ସଭାପତି ଖଡ୍‌ଗେଙ୍କୁ ସମନ୍ ଜାରି କରାଯାଇଛି । ଅପରପକ୍ଷରେ କର୍ଣ୍ଣାଟକର ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସି.ଏନ.ଅଶ୍ୱତ୍‌ନାରାୟଣନ କଂଗ୍ରେସକୁ ଏହି ପ୍ରସଙ୍ଗରେ ଚ୍ୟାଲେଞ୍ଜ କରିଛନ୍ତି ।

ସେ କହିଛନ୍ତି ଯେ ବଜରଙ୍ଗ ଦଳକୁ ବ୍ୟାନ୍ କରାଯିବ ବୋଲି କହିବାକୁ କଂଗ୍ରେସ କିପରି ସାହସ କଲା? ଯଦି କଂଗ୍ରେସ ଏହାକୁ କାର୍ଯ୍ୟକାରୀ କରେ, ତେବେ ପରିଣାମ ଅତ୍ୟନ୍ତ ଭୟାବହ ହେବ ବୋଲି ସେ ଚେତାବନୀ ମଧ୍ୟ ଦେଇଛନ୍ତି । ଅବଶ୍ୟ ଫଳାଫଳ ଘୋଷିତ ହେବାପରେ କଂଗ୍ରେସ ଏ ପ୍ରସଙ୍ଗରେ ନିଜର ସ୍ୱର ବଦଳାଇଥିବା ଜଣାପଡିଛି । କେନ୍ଦ୍ରରେ କ୍ଷମତାସୀନ ବିଜେପିର ସହଯୋଗୀ ସଂସ୍ଥା ହୋଇଥିବାରୁ ବଜରଙ୍ଗ ଦଳକୁ ବ୍ୟାନ୍ କରାଯିବ ନାହିଁ ବୋଲି କଂଗ୍ରେସ ସ୍ପଷ୍ଟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking