26.1 C
Bhubaneswar
Monday, November 25, 2024
Homeଅପରାଧନାବାଳିକା ବଳାତ୍କାର ମାମଲାରେ ୧୦ ବର୍ଷ ଜେଲ

ନାବାଳିକା ବଳାତ୍କାର ମାମଲାରେ ୧୦ ବର୍ଷ ଜେଲ

ଫୁଲବାଣୀ: ଗତ ୨୦୧୮ ମସିହାରେ  ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଆଜି ଫୁଲବାଣୀ ସ୍ୱତନ୍ତ୍ର ପୋକସୋ କୋର୍ଟର ବିଚାରପତି ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ଏଥି ସହ ଅଭିଯୁକ୍ତକୁ ୫୫ ହଜାର ଟଙ୍କା ଜରିମାନା କରାଯାଇଛି । ଜୋରିମାନା ଅନାଦେୟ ଦୋଷୀକୁ ଆଉ ୯ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ନିଜ ରାୟରେ କହିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଗୋଚ୍ଛାପଡା ଥାନା ଅଞ୍ଚଳର ସନିଆ ମଲିକ । ସୂଚନା ଅନୁଯାୟୀ, ଗତ ୨୦୧୮ ଜାନୁଆରୀ ମାସରେ ଗୋଚ୍ଛାପଡା ଥାନା ଅଞ୍ଚଳର ଜନେକା ୧୨ ବର୍ଷର ନାବାଳିକା ନିଜ ମାମୁଁ ଘରକୁ ଯାଇ ସଂଧ୍ୟା ସମୟରେ ଫେରୁଥିବା ବେଳେ ଅଭିଯୁକ୍ତ ସନିଆ ତାକୁ ବାଟରେ ଅଟକାଇ ତା ସହ ବଳାତ୍କାର କରିଥିଲା ।

ପାଟି କଲେ କିମ୍ବା ଏ ବିଷୟ କାହା ଆଗେରେ ପ୍ରକାଶ କଲେ ଜୀବନରେ ମାରିଦେବାକୁ ମଧ୍ୟ ସେ ନାବାଳିକାକୁ ଧମକ ଦେଇଥିଲା । ପରେ ଏହି ଘଟଣାକୁ ନେଇ ଗାଁରେ ବସିଥିବା ବୈଠକରେ ଅଭିଯୁକ୍ତ ପୀଡ଼ିତାକୁ ବିବାହ କରିବ ବୋଲି ସେ ପ୍ରତଶ୍ରୁତି ଦେଇଥିଲା । କିନ୍ତୁ ପରେ ଏଡାଇ ଯାଇଥିଲା । ଏ ନେଇ ପୀଡ଼ିତାଙ୍କ ବାପା ଗୋଚ୍ଛାପଡା ଥାନାରେ ଏତାଲା ଦେବାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଆଜି ଏହି ମାମଲାର ଶୁଣାଣି କରି ୧୨ ଜଣଙ୍କ ସାକ୍ଷୀଙ୍କ ବୟାନ ଆଧାରରେ ପୋକସୋ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଭାଷ୍କର ଚନ୍ଦ୍ର ସାହୁ ଅଭିଯୁକ୍ତକୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପପିି ବନମାଳୀ ବେହେରା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking