19.1 C
Bhubaneswar
Saturday, November 23, 2024
Homeଓଡିଶାଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲ୍‌‌ ଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ

ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲ୍‌‌ ଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ

କେନ୍ଦୁଝରଗଡ଼: ୨୦ ଅପ୍ରେଲ ୨୦୨୦ରେ ଜଣେ ୧୬ବର୍ଷୀୟ ନାବାଳିକା ନିକଟସ୍ଥ ଜଙ୍ଗଲରୁ କାଠ ସଂଗ୍ରହ କରି ଘରକୁ ଫେରୁଥିବାବେଳେ ଆଶାକର୍ମୀ ସମ୍ପୃକ୍ତ ନାବାଳିକାଙ୍କ ଶରୀର ପରିବର୍ତ୍ତନ ଦେଖି ଏଏନଏମଙ୍କୁ ଅବଗତ କରିବା ପରେ ନାବାଳିକାକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ପରୀକ୍ଷା କରିବା ପରେ ଗର୍ଭବତୀ ଥିବା ଜଣାପଡ଼ିଥିଲା। ନାବାଳିକା ଦୁଷ୍କର୍ମକାରୀକୁ ଫାଷ୍ଟ ଟ୍ରାକ୍‌‌ କୋର୍ଟ କେନ୍ଦୁଝରର ବିଚାରପତି ଶୁକ୍ରବାର ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ଜେଲ୍‌‌ ଦଣ୍ଡାଦେଶ ଶୁଣାଇଛନ୍ତି।

ଗର୍ଭବତୀ ହେବା ସମ୍ପର୍କରେ ପରିବାର ଲୋକେ ପଚରାଉଚୁରା କରିବାରୁ ପାଟଣା ଥାନା କାମେଶ୍ୱରପୁର ଗ୍ରାମର ଶରତ ମୁଣ୍ଡା(୨୨) ତାଙ୍କୁ ଧମକ ଦେଇ ବାରମ୍ବାର ଦୁଷ୍କର୍ମ କରିଆସିବା ସହ ଏ ସମ୍ପର୍କରେ କାହାରି ଆଗରେ ପ୍ରକାଶ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବାରୁ ଭୟରେ ଘଟଣା ସମ୍ପର୍କରେ କାହାରିକୁ କିଛି କହିପାରୁ ନଥିବା ନାବାଳିକା ଜଣକ କହିଥିଲେ। ଏ ନେଇ ପୀଡ଼ିତାଙ୍କ ମାଆ ୩ ମେ’ ୨୦୨୦ରେ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇ ଅଭିଯୁକ୍ତ ଶରତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାରେ ମୋଟ ୧୮ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଶୁକ୍ରବାର ମାମଲାର ଚୂଡାନ୍ତ ଶୁଣାଣୀ କରି ଫାଷ୍ଟ ଟ୍ରାକ୍‌‌ କୋର୍ଟ କେନ୍ଦୁଝରର ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତ ଶରତକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ଜେଲ୍‌‌ ଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ପୀଡ଼ିତାଙ୍କୁ ୭ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଜିଲା ଆଇନ ସେବା ପ୍ରାଧିକରଣକୁ ସୁପାରିଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking