19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ୧୦ କୋଟି ଟଙ୍କାର ମାନହାନୀ କେସ୍‌

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ୧୦ କୋଟି ଟଙ୍କାର ମାନହାନୀ କେସ୍‌

ଗୌହାଟୀ: ଆସାମବରେ କଂଗ୍ରେସ ସଭାପତି ଭୁପେନ କୁମାର ବୋରା ସ୍ଥାନୀୟ ଅଦାଲତରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ୧୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି । କଂଗ୍ରେସ ନେତା ଦାବି କରିଛନ୍ତି, ଶର୍ମାଙ୍କ ମନ୍ତବ୍ୟ ଯୋଗୁ ତାଙ୍କର ଏବଂ ଦଳର ଭାବମୂର୍ତ୍ତି କ୍ଷୂର୍ଣ୍ଣ ହୋଇଛି । ମୁଖ୍ୟମନ୍ତ୍ରୀ ଶର୍ମାଙ୍କ ବ୍ୟତୀତ ସ୍ଥାନୀୟ ଖବରକାଗଜ ସମ୍ପାଦକଙ୍କୁ ଏହି ମାମଲାରେ ଅଭିଯୋଗ କରାଯାଇଛି । ବୋରା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିବୃତ୍ତି ମାଧ୍ୟମରେ କଂଗ୍ରେସର ରାଜ୍ୟ ସଭାପତି ଶୀଘ୍ର ଦଳ ଛାଡିବେ ବୋଲି ଦାବି କରାଯାଇଛି । ଏହା ତାଙ୍କର ଏବଂ ଦଳର ଭାବମୂର୍ତ୍ତିକୁ ଜନସାଧାରଣଙ୍କ ନିକଟରେ କ୍ଷୂଣ୍ଣ କରିଛି । ଆସାମର ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ଯେ, ବୋରା ବିଜେପିରେ ଯୋଗଦେବେ କିନ୍ତ ପରେ ବିରୋଧୀ ଦଳ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking