19.1 C
Bhubaneswar
Friday, November 22, 2024
Homeଓଡିଶା୧ରୁ +୨ ପ୍ରାକ୍ଟିକାଲ୍‌; ହବ୍‌କୁ ଗଲା ପ୍ରଶ୍ନପତ୍ର

୧ରୁ +୨ ପ୍ରାକ୍ଟିକାଲ୍‌; ହବ୍‌କୁ ଗଲା ପ୍ରଶ୍ନପତ୍ର

ଭୁବନେଶ୍ୱର: ଦିନକପରେ ଅର୍ଥାତ ଫେବୃଆରୀ ୧ରୁ ୨୦୨୩ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ଏନେଇ +୨ ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ପରୀକ୍ଷାରେ ସ୍ୱଚ୍ଛତା ଲାଗି କଡ଼ା ବ୍ୟବସ୍ଥା କରାଯାଇଛି । ତେବେ ଆଜି ରାଜ୍ୟର ସମସ୍ତ ହବ୍ ସେଣ୍ଟରକୁ ଉଭୟ ପ୍ରାକ୍ଟିକାଲ ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ପଠାଇ ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ସଂସ୍କୃତ କଲେଜକୁ ବାଦ୍ ଦେଲେ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିଅର କଲେଜ ସଂଖ୍ୟା ୧୫୯୦ । ସେଥିରୁ ଏଥର ୧୧୪୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିଅର କଲେଜକୁ ପରୀକ୍ଷାକେନ୍ଦ୍ର ଭାବେ ମନୋନୀତ କରାଯାଇଛି । ସେହିପରି ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଲାଗି ପ୍ରଶ୍ନପତ୍ର ସୁରକ୍ଷାକୁ ଗୁରୁତ୍ୱ ଦେଇ ୨୦୨ଟି ହବ୍ କରାଯାଇଛି । ତେବେ ମୋଟ୍ ଉପରେ ୧୧୪୪ଟି ପରୀକ୍ଷାକ୍ରେନ୍ଦ୍ରରେ ଥିଓରୀ ଏବଂ ୧୫୯୦ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା କରାଯିବ ।

ଚଳିତବର୍ଷ ୩ଥର ଫର୍ମ ପୂରଣ ପ୍ରକ୍ରିୟା ଶେଷ ହେବା ପରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ୍ ମୋଟ ୩ଲକ୍ଷ ୫୮ହଜାର ୪୯୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେମାନଙ୍କ ମଧ୍ୟରେ ୩,୩୮,୭୪୭ଜଣ ରେଗୁଲାର ଛାତ୍ରଛାତ୍ରୀ ରହିଛନ୍ତି । ରେଗୁଲାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳାରେ ୨,୧୯,୧୧୦ ଜଣ ଥିବା ବେଳେ ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫,୧୧୦ଜଣ ରହିଛନ୍ତି । ସେହିପରି ସମସ୍ତ କଲେଜରେ ପ୍ରାକ୍ଟିକାଲ କରାଯିବ । ସବୁ ପ୍ରାକ୍ଟିକାଲ ରୁମ୍‌ରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି । ପ୍ରାକ୍ଟିକାଲ ପରୀକ୍ଷା ପରୀକ୍ଷା ଶେଷ ହେବା ପରେ ଫେବୃଆରୀ ୧୭ତାରିଖ ସୁଦ୍ଧା ପ୍ରାକ୍ଟିକାଲ ଉତ୍ତରଖାତା ଏବଂ ମାର୍କ ସିଏଚ୍‌ଏସ୍‌ଇରେ କଲେଜ କର୍ତ୍ତୃପକ୍ଷ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷାରେ ସ୍ୱଚ୍ଛତା ଲାଗି ଜୋନ ୱାରୀ ସ୍କ୍ୱାଡିଂ ବ୍ୟବସ୍ଥା ହୋଇଥିବା ବେଳେ ପରୀକ୍ଷାକେନ୍ଦ୍ରରେ ୩ସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା କରାଯିବ । ପ୍ରାକ୍ଟିକାଲ ପରୀକ୍ଷାରେ ଘରୋଇ କଲେଜରେ ବାହାର କଲେଜରେ ବରିଷ୍ଟ ଅଧ୍ୟାପକଙ୍କୁ ସୁପରିଟେଣ୍ଡେଣ୍ଟ ଭାବେ ନିଯୁକ୍ତ କରାଯିବ ।

ପରୀକ୍ଷା ଆରମ୍ଭ ହେବାର ୧ଘଣ୍ଟା ପୂର୍ବରୁ ହବ୍‌ରୁ ପ୍ରଶ୍ନପତ୍ର ପରୀକ୍ଷାକେନ୍ଦ୍ରକୁ ପଠାଯିବ । ତେବେ ହବ୍ ସେଣ୍ଟର ହୋଇଥିବା ଜୁନିୟର କଲେଜର ଅଧ୍ୟକ୍ଷମାନେ ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟଭାର ସମ୍ଭାଳିବେ । ଯଦି କୌଣସି କଲେଜରେ ଅଧ୍ୟକ୍ଷ ବା ଅଧ୍ୟକ୍ଷାଙ୍କ ପିଲା ତଥା ସମ୍ପର୍କୀୟମାନେ ପରୀକ୍ଷା ଦେବେ ତେବେ ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ନିଜ କଲେଜରେ ନରହି ଅନ୍ୟ କଲେଜକୁ ବଦଳି କରାଯିବ ବୋଲି +୨ ପରିଷଦ ପକ୍ଷରୁ ସୂଚନା ମିଳିଛି । ଅପରପକ୍ଷେ ଫେବୃଆରୀ ୧ରୁ ୧୦ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଥିବା ବେଳେ ଜୁନିୟର କଲେଜର କର୍ତ୍ତୃପକ୍ଷ ସେମାନଙ୍କ ସୁବିଧା ଅନୁସାରେ ପରୀକ୍ଷା କରିବାକୁ ମଧ୍ୟ ଚିଠିରେ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking