19.1 C
Bhubaneswar
Monday, November 18, 2024
Homeଓଡିଶାବନ୍ୟାରେ ୧ ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ

ବନ୍ୟାରେ ୧ ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ

ଭୁବନେଶ୍ୱର: ଚଳିତ ଅଗଷ୍ଟ ମାସରେ ଲଗାଣ ବର୍ଷା ଓ ବନ୍ୟାରେ ରାଜ୍ୟର ୨୪ଟି ଜିଲ୍ଲା ପ୍ରଭାବିତ ହୋଇଛି ଓ ପ୍ରାୟ ୧.୨୦ଲକ୍ଷ ହେକ୍ଟର ଚାଷ ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଆକଳନ ରିପୋର୍ଟରୁୁ ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ବନ୍ୟାଜଳ ଓ ଲଗାଣ ବର୍ଷାରେ ଜଗତସିଂହପୁର ଜିଲ୍ଲାରେ ୨୪୨୦୦ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଥିବା ବେଳେ ପୁରୀ ଜିଲ୍ଲାର ୧୧ଟି ବ୍ଲକରୁ ୮ଟି ବ୍ଲକ ବନ୍ୟାରେ ପ୍ରଭାବିତ ହୋଇଛି । ଡେଲାଙ୍ଗରେ ସର୍ବାଧିକ ୮ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବାବେଳ ନିମାପଡ଼ା ବ୍ଲକ ଅଞ୍ଚଳରେ ୬୮୦୦ ହେକ୍ଟର ଓ କଣାସ ଅଞ୍ଚଳରେ ୫୨୦୦ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ମହାନଦୀ ଓ ତା’ର ଶାଖା ନଦୀରେ ୭ଟି ସ୍ଥାନରେ ଘାଇ ହେବାରୁ ବନ୍ୟା ଜଳ ମାଡ଼ି ଯାଇଥିଲା । ମୋଟ ୧୦ଟି ଜିଲ୍ଲାରେ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଅଧିକ ଚାଷ ଜମି ନଷ୍ଟ ହୋଇଛି ।

ସେହିପରି ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ସମେତ ବୌଦ୍ଧ ଓ ସୋନପୁର ଜିଲ୍ଲାରେ ମଧ୍ୟ ଧାନ ଫସଲ ନଷ୍ଟ ହୋଇଛି । ସୁବର୍ଣ୍ଣରେଖା ଓ ବୈତରଣୀ ନଦୀରେ ଜଳସ୍ତର ଅଧିକ ରହିବାରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରି ଫସଲ ନଷ୍ଟ କରିଛି । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ଓ ବର୍ଷା ଯୋଗୁ ଫସଲ ନଷ୍ଟ ଓ କ୍ଷୟକ୍ଷତି ଆକଳନ ରିପୋର୍ଟର ସମୀକ୍ଷା କରିଥିଲେ ।

ଅପରପକ୍ଷେ ଆଠଗଡ଼ ଓ ତିଗିରିଆ ବ୍ଲର ମଧ୍ୟ ବ୍ୟାପକ ଫସଲ ନଷ୍ଟ ହୋଇଛି । ରାଜ୍ୟ ସରକାର ଏହି କ୍ଷୟକ୍ଷତି ରିର୍ପୋଟ ପାଇବା ପରେ ଚାଷୀଙ୍କୁ ଆର୍ଥିକ ସହାୟତା ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବେ । ତେବେ ପ୍ରଭାବିତ ଅଞ୍ଚଳରେ ଡାଲିଜାତୀୟ ବିହନ ସେପ୍ଟେମ୍ବର ମାସ ସୁଦ୍ଧା ଚାଷୀମାନଙ୍କୁ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେବା ସହ ସବୁ ଚାଷୀଙ୍କୁ ହାଇବ୍ରିଡ଼ ପନିପରିବା ବିହନ, ବନ୍ଧାକୋବି, ଫୁଲକୋବି ଆଦିର ବିହନ କିପରି ସୁବିଧାରେ ଯୋଗାଇ ଦିଆଯାଇପାରିବ ତା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱ ଦେଇଛନ୍ତି । କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଖୁବ୍‌ଶୀଘ୍ର ଫସଲବୀମା କ୍ଷତିପୂରଣ ରାଶି ଦେବାକୁ ବୀମା କମ୍ପାନୀମାନଙ୍କ ସହ ଆଲୋଚନା କରିବା ପାଇଁ ଅଧିକାରୀମାନଙ୍କୁ ନର୍ଦ୍ଦେଶ ଦେଇଥିବା ବେଳେ, ରବି ଫସଲ ନିମନ୍ତେ ନଭେମ୍ବର ମାସ ସୁଦ୍ଧା ଚାଷୀମାନଙ୍କୁ ବିହନ ଯୋଗାଇଦେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking