17.1 C
Bhubaneswar
Monday, November 18, 2024
Homebuisnessସରକାରୀ ଟେଲିକମ୍ ବସାଇବେ ୧.୧୨ ଲକ୍ଷ ଟାୱାର: ଟ୍ରେନ୍‌ରେ ମିଳିବ ଇଣ୍ଟରନେଟ୍ ବ୍ୟବହାର ସୁବିଧା

ସରକାରୀ ଟେଲିକମ୍ ବସାଇବେ ୧.୧୨ ଲକ୍ଷ ଟାୱାର: ଟ୍ରେନ୍‌ରେ ମିଳିବ ଇଣ୍ଟରନେଟ୍ ବ୍ୟବହାର ସୁବିଧା

ନୂଆଦିଲ୍ଲୀ: ଏଣିକି ଟ୍ରେନରେ ମିଳିବ ଇଣ୍ଟରନେଟର ସୁବିଧା । କେନ୍ଦ୍ର ସରକାରଙ୍କ ଟେଲିକମ୍ କମ୍ପାନୀ ବିଏସ୍‌ଏନ୍‌ଏଲ୍ ପକ୍ଷରୁ ଏ ନେଇ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଆସନ୍ତା କିଛି ବର୍ଷ ମଧ୍ୟରେ ବିଏସ୍‌ଏନ୍‌ଏଲ୍ ପକ୍ଷରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ୪-ଜି ସେବା ଆରମ୍ଭ କରାଯିବ । ସମଗ୍ର ଦେଶରେ ବିଏସ୍‌ଏନ୍‌ଏଲ୍ ପକ୍ଷରୁ ୧ ଲକ୍ଷ ୧୨ ହଜାର ନୂଆ ଟାୱାର ବସାଯିବ । ବର୍ତ୍ତମାନ ୫-ଜି ସେବା ପରୀକ୍ଷଣ ଅବସ୍ଥାରେ ରହିଥିବା ବେଳେ ଖୁବ ଶୀଘ୍ର ୫-ଜି ସେବା ଆରମ୍ଭ ହେବ । ୫ଜି ସେବା ଆରମ୍ଭ ହେବା ପରେ ଟ୍ରେନରେ ହିଁ ଇଣ୍ଟରନେଟର ସୁବିଧା ମିଳିପାରିବ ବୋଲି ଲୋକସଭାରେ ସୂଚନା ଦେଇଛନ୍ତି ଆଇଟି ଓ ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୧୦୦ କିମି ପ୍ରତି ଘଣ୍ଟା ବେଗରେ ଯାତ୍ରା କରୁଥିବା ଟ୍ରେନ ମଧ୍ୟରେ ୪-ଜି ସେବା ଦ୍ୱାରା ଇଣ୍ଟରନେଟ ପ୍ରଦାନ କରିବା ଅସମ୍ଭବ ।
ଭାରତୀୟ ଇଞ୍ଜିନିୟର ମାନଙ୍କ ଦ୍ୱାରା ଉଲ୍ଲେଖନୀୟ ପ୍ରଦର୍ଶନ କାରଣରୁ ଭାରତ ସ୍ୱଦେଶୀ ୪ଜି ନେଟୱର୍କ ସ୍ଥାପନ କରିବାରେ ସମର୍ଥ ହୋଇଛି । ୫ଜି ସେବା ଆରମ୍ଭ ହେବା ପୂର୍ବରୁ ଦେଶରେ ଅଧିକ ଟାୱାର ସ୍ଥାପନ ହେବା ନିହାତି ଜରୁରୀ । ତେଣୁ ବିଏସଏନ୍‌ଏଲ୍ ପକ୍ଷରୁ ୧.୧୨ ଲକ୍ଷ ଟାୱାର ସ୍ଥାପନ କରାଯିବ । ୬ ହଜାର ଟାୱାର ନିର୍ମାଣ କାମକୁ ଗୋଟିଏ ଥରରେ ପ୍ରସେସ କରାଯାଉଥିବା ବେଳେ ଏହା ସହିତ ସମାନ ଭାବରେ ୫-ଜିର ବିକାଶ ଉପରେ କାମ ଚାଲୁ ରହିବ । ୫ଜି ସେବା ଆରମ୍ଭ କରିବା ପାଇଁ ଅଧିକରୁ ଅଧିକ ଟାୱାରକୁ ଅପ୍ଟିକାଲ ଫାଇବରରେ ଯୋଡିବାକୁ ପଡିଥାଏ । ଖୁବ ଶୀଘ୍ର ଦେଶରେ ରହିଥିବା ସମସ୍ତ ଟାୱାରକୁ ଅପ୍ଟିକାଲ ଫାଇବର ଜରିଆରେ ସଞ୍ଜୋଗ କରାଯିବ ବୋଲି କହିଛନ୍ତି ବୈଷ୍ଣବ । ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ୯୩ ହଜାର ୫୫୧ଟି ବିଟିଏସ୍‌କୁ ଅପ୍ଟିକାଲ ଫାଇବର ଦ୍ୱାରା ସଞ୍ଜୋଗ କରାଯାଇଛି । ବର୍ତ୍ତମାନ ସୁଦ୍ଧା କୋଲକାତା, ଦିଲ୍ଲୀ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ୫-ଜିର ଟ୍ରାଏଲ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking