28.1 C
Bhubaneswar
Monday, July 1, 2024
Homeଓଡିଶା୧୯ରେ ତିନି ଘଣ୍ଟା ନବଯୌବନ ଦର୍ଶନ

୧୯ରେ ତିନି ଘଣ୍ଟା ନବଯୌବନ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଆଗାମୀ ୧୯ ତାରିଖ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ୧୪ଦିନ ପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ। ସକାଳ ୮ଟାରେ ଅନବସର ତାଟି ଫିଟାଯିବ। ଏହାପରେ ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ଦାରୁବ୍ରହ୍ମ। ସକାଳ ୮ରୁ ୯ଟା ପର୍ଯ୍ୟନ୍ତ ମାତ୍ର ଏକଘଣ୍ଟା ପାଇଁ ପରିମାଣିକ ଦର୍ଶନ ଅନୁଷ୍ଠିତ ହେବ।

ଏଥିପାଇଁ ଟିକଟର ମୂଲ୍ୟ ୧୦୦ଟଙ୍କା ରଖାଯାଇଛି। ପରିମାଣିକ ଟିକଟ କିଣିଥିବା ଭକ୍ତମାନେ ଦକ୍ଷିଣଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରିବେ। ଭିତରକାଠ ପାଖରେ ଛିଡ଼ା ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଦିନ ୯ରୁ ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking