17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶହରିୟାଣା ହିଂସା: ନୁହ ସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ

ହରିୟାଣା ହିଂସା: ନୁହ ସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ

ନୂଆଦିଲ୍ଲୀ: ହରିୟାଣାର ନୁହରେ ସାମ୍ପ୍ରଦାୟିକ ହିଂସାର ସପ୍ତାହକ ପରେ ମଧ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିନି। ଏବେ ବି ଅନେକ ସ୍ଥାନରେ ଅଶାନ୍ତ ସ୍ଥିତି ଜାରି ରହିଛି। ସେଥିପାଇଁ ଇଣ୍ଟରନେଟ୍‌ ଉପରୁ କଟକଣା ହଟିନାହିଁ। ଇତିମଧ୍ୟରେ ୩ଟି ଜିଲ୍ଲାରେ ୫୦ରୁ ଅଧିକ ପଞ୍ଚାୟତ ମୁସଲିମ ବ୍ୟବସାୟୀଙ୍କ ପ୍ରବେଶ ଉପରେ କଟକଣା ଲଗାଇ ଏକ ଚିଠି ଜାରି କରିଛନ୍ତି। ରେୱାଡ଼ି, ମହେନ୍ଦ୍ରଗଡ଼ ଏବଂ ଝାଜ୍ଜର ଜିଲ୍ଲାର ୫୦ ପଞ୍ଚାୟତରେ ଏବେ ଏହି ଚିଠି ବୁଲୁଛି। ଚିଠିରେ ସରପଞ୍ଚମାନଙ୍କର ଦସ୍ତଖତ ରହିଛି।

ଚିଠିରେ ମଧ୍ୟ ଏହା ଦର୍ଶାଯାଇଛି ଯେ ଗାଁ ମାନଙ୍କରେ ରହୁଥିବା ମୁସଲମାନ ସେମାନଙ୍କ କାଗଜପତ୍ର ପୁଲିସରେ ଦାଖଲ କରିବେ। ଏଭଳି ସ୍ଥିତିରେ ମୁସଲମାନଙ୍କ ବିରୋଧରେ ଘୃଣା ଭାଷଣ ରୋକିବାକୁ ସୁପ୍ରିମକୋର୍ଟରେ ମଧ୍ୟ ଏକ ଆବେଦନ କରାଯାଇଛି। ଅନ୍ୟପକ୍ଷରେ ସରକାର ଏଭଳି କୌଣସି ବିଭାଜନକାରୀ ପଦକ୍ଷେପ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଏବଂ ସଂପୃକ୍ତ ସରପଂଚମାନଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସାଂପ୍ରଦାୟିକ ସଦ୍‌ଭାବକୁ ସର୍ବୋଚ୍ଚ ପ୍ରାଥମିକତା ଦେବାପାଇଁ ସରକାର କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking