19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶସିଦ୍ଦରମୈୟାଙ୍କ ଶପଥ ପରେ ରାହୁଲ ଗାନ୍ଧୀଙ୍କ ବୟାନ, କହିଲେ, ୨ ଘଣ୍ଟାରେ ପୂରଣ ହେବ ୫...

ସିଦ୍ଦରମୈୟାଙ୍କ ଶପଥ ପରେ ରାହୁଲ ଗାନ୍ଧୀଙ୍କ ବୟାନ, କହିଲେ, ୨ ଘଣ୍ଟାରେ ପୂରଣ ହେବ ୫ ପ୍ରତିଶ୍ରୁତି

ନୂଆଦିଲ୍ଲୀ:କଂଗ୍ରେସର ବରିଷ୍ଠ ନେତା ସିଦ୍ଦରମୈୟା ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେ ଦ୍ୱିତୀୟଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି । ସେପଟେ କର୍ଣ୍ଣାଟକ କଂଗ୍ରେସର ମୁଖ୍ୟ ଡି.କେ ଶିବ କୁମାର ଉପ ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟର ୮ଜଣ ମନ୍ତ୍ରୀ ଆଜି ଶପଥ ନେଇଛନ୍ତି । ଶପଥ ଗ୍ରହଣ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି କି, ଆଗାମୀ ୨ ଘଣ୍ଟା ମଧ୍ୟରେ କର୍ଣ୍ଣାଟକ ଜନତାଙ୍କୁ କଂଗ୍ରେସ ଦେଇଥିବା ୫ଟି ମୁଖ୍ୟ ପ୍ରତିଶ୍ରୁତି ଆଇନରେ ପରିଣତ ହେବାକୁ ଯାଉଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି କି, ଆଗାମୀ ୧ ଘଣ୍ଟାରେ କର୍ଣ୍ଣାଟକ ନୂଆ ସରକାର କ୍ୟାବିନେଟ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ଦଳ ପକ୍ଷରୁ ନିର୍ବାଚନ ବେଳେ କର୍ଣ୍ଣାଟକବାସୀଙ୍କୁ ଯେଉଁ ୫ଟି ମୁଖ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ ହେବାକୁ ଯାଉଛି । ଆମେ ଯାହା କହିଥାଉ ତାହା କାମରେ କରି ଦେଖାଉ ବୋଲି ସେ କହିଛନ୍ତି । ଏହାସହ ଭାରତ ଯୋଡ ଯାତ୍ରା ବେଳେ ରାହୁଲ ଗାନ୍ଧୀ କହିଥିଲେ କି ଘୃଣାର ବଜାର ବନ୍ଦ ହେବ ଓ ପ୍ରେମର ଦୋକାନ ଖୋଲିବ । ତାହା ଆଜି ବି ସେ ଦୋହରାଇଛନ୍ତି । ସେ କହିଛନ୍ତି ଘୃଣାର ବଜାର ଭିତରେ ଲକ୍ଷ ଲକ୍ଷ ପ୍ରେମର ଦୋକାନ ଆଜି କର୍ଣ୍ଣାଟକରେ ଖୋଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking