32.1 C
Bhubaneswar
Saturday, October 19, 2024
Homeଓଡିଶାଶ୍ୱଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା

ଶ୍ୱଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ନୂଆଗାଁରେ ବୁଧବାର ବିଳମ୍ବିତ ରାତିରେ କୂଅକୁ ଡେଇଁ ଜଣେ ଆତ୍ମହତ୍ୟା କରିଛନ୍ତି । ସୂଚନା ଯେ, ଖଲାରୀ ଗାଁର ଅଜୟ ପ୍ରଧାନ(୩୦) ନାମକ ଜଣେ ଯୁବକ ନୂଆଗାଁରେ ବିବାହ କରିଥିଲେ । ଗତ କିଛିଦିନ ଧରି ଅଜୟ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାଟିଗୋଳ ଚାଲିଥିଲା । ଫଳରେ ତାଙ୍କ ସ୍ତ୍ରୀ ବାପଘରକୁ ଚାଲିଯାଇଥିଲେ । ତେବେ ବୁଧବାର ରାତିରେ ଅଜୟ ନିଜ ଗାଁ ଖଲାରୀରୁ ବାହାରି ଶ୍ୱଶୁର ଘର ନୂଆଗାଁକୁ ଯାଇଥିଲେ ।

ସେଠାରେ ସ୍ତ୍ରୀ ସହ ପାଟିଗୋଳ ହୋଇଥିଲା । ଏହାପରେ ରାଗରେ ଆସି ଗାଁ ମୁଣ୍ଡରେ ଥିବା ଏକ କୂଅକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଗୁରୁବାର ସକାଳେ ସ୍ଥାନୀୟ ଲୋକେ କୂଅରେ ଅଜୟଙ୍କ ଶବ ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking