18.1 C
Bhubaneswar
Tuesday, November 26, 2024
Homeଓଡିଶାରାଜ୍ୟରେ ତାତି ଆହୁରି ୪ରୁ ୫ ଦିନ

ରାଜ୍ୟରେ ତାତି ଆହୁରି ୪ରୁ ୫ ଦିନ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆହୁରି ୪ରୁ ୫ ଦିନ ପ୍ରଚଣ୍ଡ ତାତି ଅନୂଭୁତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏବେ ଆଭ୍ୟନ୍ତରୀଣ ପଶ୍ଚିମ ସାଙ୍ଗକୁ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଜାରି ରହିଛି । ୧୪ ତାରିଖରେ କାଳବୈଶାଖୀ ସମ୍ଭାବନା ଥିବାରୁ ହିଟ୍ ୱେଭ୍ ସାମାନ୍ୟ କମିବ । ମୌସୁମୀ ଟ୍ରାଞ୍ଜିସନ୍ ସମୟରେ ଜଳୀୟବାଷ୍ପ ସ୍ୱାଭାବିକ ଭାବେ ଆସିଥାଏ । ଏଣୁ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହୋଇଥାଏ ।

ସୋମବାର ସମ୍ୱଲପୁର ପାଲଟିଥିଲା ନିଆଁ ଭାଟି । ଆଜି ସେଠାରେ ତାପମାତ୍ରା ୪୬.୧ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ପୂର୍ବରୁ ଅର୍ଥାତ ୧୯୯୮ ମସିହାରେ ତାତିରେ ସର୍ବକାଳୀନ ରେକର୍ଡ କରିଥିଲା ସମ୍ୱଲପୁର । ସେହି ବର୍ଷ ତାପମାତ୍ରା ୪୭.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ୨୦୨୨ ମସିହାରେ ସମ୍ୱଲପୁରର ସର୍ବୋଚ୍ଚ ତାପମାତ୍ରା ୪୪.୭ ଡିଗ୍ରୀ, ୨୦୨୧ ମସିହାରେ ୩୯.୬ ଡିଗ୍ରୀ, ୨୦୨୦ ମସିହାରେ ୩୯.୧ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ଆଜି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସର୍ବାଧିକ ୪୪.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ଆର୍ଦ୍ରତା ସର୍ବାଧିକ ୪୦% ରେକର୍ଡ କରାଯାଇଥିଲା । ତେବେ ଆଗକୁ ପାରଦ ଆହୁରି ୭ଂରୁ ୮ଂ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆଜି ରାଜ୍ୟରେ ୩୧ଟି ସହରର ତାପମାତ୍ରା ୪୦ଂ ତଥା ଏହାଠାରୁ ଅଧିକ ରହିଥିବା ରେକର୍ଡ କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ହୀରାକୁଦର ତାପମାତ୍ରା ୪୫.୬ ଡିଗ୍ରୀ, ସୋନପୁରରେ ୪୫.୦, ବରଗଡ଼ରେ ୪୪.୯, ବଲାଙ୍ଗିରରେ ୪୪.୦, ବୌଦ୍ଧ, ଟିଟିଲାଗଡ଼, ନୟାଗଡ଼ ଓ ତାଳଚେରରେ ୪୪ ଡିଗ୍ରୀ, ଅନୁଗୁଳରେ ୪୩.୯, ଝାରସୁଗୁଡ଼ାରେ ୪୩.୪, ରାଉରକେଲାରେ ୪୩.୨, ଢେଙ୍କାନାଳରେ ୪୩.୨, କଟକରେ ୪୩.୨, ନୂଆପଡ଼ାରେ ୪୩.୨, ସୁନ୍ଦରଗଡ଼ରେ ୪୨.୭, ଜଗତସିଂହପୁରରେ ୪୨.୫, ଖୋର୍ଦ୍ଧାରେ ୪୨.୫ ଓ କେନ୍ଦ୍ରାପଡ଼ାରେ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ୪୧.୫ ଡିଗ୍ରୀ, ଭଦ୍ରକରେ ୪୧.୫, ରାୟଗଡ଼ାରେ ୪୧.୫, ଭବାନୀପାଟଣାରେ ୪୧, ମାଲକାନଗିରିରେ ୪୧, କେନ୍ଦୁଝରରେ ୪୦.୮, ଦେବଗଡ଼ରେ ୪୦.୨, ବାରିପଦାରେ ୪୦.୨, ପାରଳାଖେମୁଣ୍ଡିରେ ୪୦, ଚାନ୍ଦବାଲିରେ ୪୦, ଛତ୍ରପୁରରେ ୪୦, ନବରଙ୍ଗପୁରରେ ୩୯.୫, ବାଲେଶ୍ୱରରେ ୩୮.୨, କୋରାପୁଟରେ ୩୮.୨, ପୁରୀରେ ୩୭.୦, ଦାରିଙ୍ଗବାଡ଼ିରେ ୩୭, ପାରାଦୀପରେ ୩୫.୮ ଓ ଗୋପାଳପୁରରେ ତାପମାତ୍ରା ୩୫.୨ ଡିଗ୍ରୀ ରେକର୍ଡ କରାଯାଇଛି ।

ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ୬ଟି ଜିଲ୍ଲାକୁ ଅରେଞ୍ଜ ଓ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନରୁ ୧୬ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସ୍ଥିତି ଲାଗି ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking