34.1 C
Bhubaneswar
Saturday, April 4, 2026
Homeଓଡିଶାରାଜ୍ୟରେ ଆସନ୍ତା ୪ ଦିନ ଯାଏଁ ଜାରି ରହିବ ଝଡ଼ବର୍ଷା

ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ ଜାରି ରହିବ ଝଡ଼ବର୍ଷା

ଭୁବନେଶ୍ବର: ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଝଡ଼ବର୍ଷା ପ୍ରଭାବ। ଆସନ୍ତା କାଲିଠାରୁ କାଳବୈଶାଖୀ ଧୀରେ ଧୀରେ ବଢ଼ିବ। ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ | ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ। ୬ ତାରିଖ ଦିନ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିପାରେ। ଏଥିସହ ପୁରୀ, ଖୋର୍ଦ୍ଧା, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନୟାଗଡ଼, ନବରଙ୍ଗପୁର, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ଅନୁଗୁଳରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ବି ହୋଇପାରେ। ଏହି ସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାଣ୍ଡିଂ ଜାରି କରିଛି।କଳାହାଣ୍ଡି କନ୍ଧମାଳ ରାୟଗଡା, ମାଲକାନଗିରି ଓ କୋରାପୁଟ ଏହି ୫ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭଗ। ୭ ତାରିଖ ଯାଏ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ। ସେପଟେ ଆଗାମୀ ୨୪ ଘଂଟାରେ ବର୍ଷାର ସମ୍ଭାବନା କୁ ନେଇ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବା ସହ ତାତିରୁ ଟିକିଏ ଅସ୍ବସ୍ତି ମିଳିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking