କୋରେଇ: ଯାଜପୁର ଜିଲ୍ଲଶ କୋରେଇ ବ୍ଲକ ବରୁଣ୍ଡେଇ ପଞ୍ଚାୟତ ସ୍ଥିତ ବୈତରଣୀ ରୋଡ଼ ବଜାରରେ ଧନେଶ୍ୱର କୁଣ୍ଡୁଙ୍କ ପୁତ୍ର ଜଗବନ୍ଧୁ (୪୨)ଗତକାଲି ରାତିରେ ନିଜ ଘରେ ଭିତରୁ କବାଟ ବନ୍ଦ କରି ପଙ୍ଖାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । କୋରେଇ ପୁଲିସ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଶବ ଉଦ୍ଧାର କରିବା ସହିତ ଏକ ମାମଲା ରଜୁ କରି ବ୍ୟବଚ୍ଛେଦ ପାଇଁ ଦାନଗଦି ପଠାଇଛନ୍ତି । ଗତକାଲି ରାତିରେ ବାପା, ମା ଓ ଜଗବନ୍ଧୁ ଭଲରେ ଖାଇପିଇ ଶୋଇଥିଲେ । ସକାଳୁ ଜଗବନ୍ଧୁ ଯେଉଁ କୋଠରୀ ଶୋଇଥିଲେ ସେ କୋଠରୀରେ ନଥିଲେ । ଅନ୍ୟ ଏକ କୋଠରୀରେ ଭିତରୁ କବାଟ ବନ୍ଦ କରି ଆତ୍ମହତ୍ୟା କରିଦେଇଥିଲେ । ତାଙ୍କ ବାପା ଖୋଲା ଥିବା ଝରକା ବାଟେ ଦେଖି ପୁଲିସକୁ ଖବର ଦେଇଥିଲେ । ଏଠାରେ ପ୍ରକାଶ ଯୋଗ୍ୟ କି ଜଗବନ୍ଧୁ ବିବାହିତ ଏବଂ ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଜଗବନ୍ଧୁ ସବୁବେଳେ ନିଶା ସେବନ କରି କଛି କାମ ଦାମ ନକରି ଘରେ କଳି ଝଗଡା କରୁଥିଲେ । ଅଭାବ ଅନାଟନରେ ରହୁଥିଲେ । ସେଥିପାଇଁ କିଛିଦିନ ହେବ ତାଙ୍କ ସ୍ତ୍ରୀ ଓ ପିଲାମାନେ ତାଙ୍କୁ ଛାଡି ତାଙ୍କ ଶ୍ୱଶୁର ଘରେ ରହୁଛନ୍ତି । ସେଥିପାଇଁ ଜଗବନ୍ଧୁ ବୋଧହୁଏ ମାନସିକ ଭରସାମ୍ୟ ହରାଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।